ଚହଲଙ୍କ ଠାରୁ ସବୁକିଛି ନେଇଯିବେ ଧନଶ୍ରୀ! ଜାଣନ୍ତୁ ୟୁଜବେନ୍ଦ୍ର ଚହଲ କେତେ ସମ୍ପତ୍ତିର‌ ମାଲିକ

 

ଭାରତୀୟ କ୍ରିକେଟ ଦଳର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଜୀବନରେ ଅସ୍ଥିରତା ଦେଖାଯାଇଛି। ଚହଲ ତାଙ୍କ ସ୍ତ୍ରୀ ଧନଶ୍ରୀଙ୍କଠାରୁ ଛାଡପତ୍ର ନେଇ ଚର୍ଚ୍ଚାରେ ଅଛନ୍ତି। ସେମାନଙ୍କ ଛାଡପତ୍ର ଚର୍ଚ୍ଚା ଏବେ ଗଣମାଧ୍ୟମରେ ଜୋର ଧରିଛି। ତଥାପି, ଦୁହେଁ ଏପର୍ଯ୍ୟନ୍ତ ଏହାକୁ ନିଶ୍ଚିତ କରିନାହାଁନ୍ତି। ତେବେ ଚହଲଙ୍କ ରୋଜଗାର ବିଷୟରେ ଆପଣ ଜାଣିଛନ୍ତି କି?

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୟୁଜବେନ୍ଦ୍ର ଚହଲ ବିସିସିଆଇ ଓ ଆଇପିଏଲ ସହ ରହି ମଧ୍ୟ ଆୟକର ବିଭାଗରେ ଜଣେ ଇନ୍ସପେକ୍ଟର ଅଛନ୍ତି। ବିସିସିଆଇ ଏବଂ ଆଇପିଏଲ ବ୍ୟତୀତ ଚହଲଙ୍କୁ ଏଠାରୁ ମଧ୍ୟ ମୋଟାଅଙ୍କର ଦରମା ମିଳିଥାଏ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଚହଲଙ୍କୁ ଆୟକର ବିଭାଗରୁ ପ୍ରତି ମାସରେ ୪୪,୯୦୦ ଟଙ୍କାରୁ ୧,୪୨,୪୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିଥାଏ।

ରିପୋର୍ଟ ଅନୁସାରେ, ଚହଲଙ୍କ ବର୍ତ୍ତମାନର ସମ୍ପତ୍ତି ପ୍ରାୟ ୪୫ କୋଟି ଟଙ୍କା। ତଥାପି, ସେ ଏବେ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିନାମାରେ ନାହାନ୍ତି। ଚହଲଙ୍କୁ IPL 2025 ରେ ଖେଳିବା ପାଇଁ ୧୮ କୋଟି ଟଙ୍କାରେ କିଣାଯାଇଛି। ତାଙ୍କୁ କିଣିବା ପାଇଁ ପଞ୍ଜାବ କିଙ୍ଗ୍ସ ଏତେ ବିପୁଳ ପରିମାଣରେ ଟଙ୍କା ଦେଇଛି।

ତାଙ୍କ ଆଇପିଏଲ କ୍ୟାରିୟର ଦେଖିଲେ ୨୦୨୨ ପର୍ଯ୍ୟନ୍ତ ସେ ୧୨ଟି ସିଜିନରେ ଖେଳି ୩୧.୨ କୋଟି ରୋଜଗାର କରିଥିଲେ। ଅନ୍ୟପକ୍ଷରେ ୨୦୧୮ରୁ ସେ ଆୟକର ଅଧିକାରୀ ଭାବରେ କାମ କରୁଛନ୍ତି। ଏଥିପାଇଁ ଚହଲଙ୍କୁ ମାସକୁ ୪୪,୯୦୦ରୁ ୧,୪୨,୪୦୦ଟଙ୍କା ପ୍ରଦାନ କରାଯାଉଛି। ତାଙ୍କ ପାଖରେ ପୋର୍ସେ କାୟେନ୍ ଏସ୍, ରୋଲ୍ସ ରଏସ୍, ଏବଂ ଲାମ୍ବୋର୍ଗିନିୟ ସେଣ୍ଟେନାରିଓ ଭଳି ବିଳାସପୂର୍ଣ୍ଣ କାର୍ ରହିଛି। ଏହା ସହ ଗୁରୁଗ୍ରାମରେ ୨୫କୋଟିର ଘର ରହିଛି।