ଖେଳ ମଝିରେ ହୃଦୟ ଦିଆନିଆ, ମ୍ୟାଚ୍ ପରେ ପ୍ରେମିକାଙ୍କୁ ଷ୍ଟାଡିୟମରେ ପ୍ରେମ ନିବେଦନ କଲେ ଦୀପକ ଚହର, ଦେଖନ୍ତୁ ଭିଡ଼ିଓ

 

ଆଜି ପଞ୍ଜାବ କିଙ୍ଗସ୍ ବିରୁଦ୍ଧରେ ପରାଜୟ ବରଣ କରିଛି ଚେନ୍ନାଇ ସୁପର କିଙ୍ଗସ୍। ପଞ୍ଜାବ ଅଧିନାୟକ କେ.ଏଲ ରାହୁଲଙ୍କ ଚମତ୍କାର ବ୍ୟାଟିଂ ଏବଂ ବୋଲରମାଙ୍କର ଶାଣିତ ବୋଲିଂ ବଳରେ ପଞ୍ଜାବ ଏହି ବିଜୟ ହାସଲ କରିଛି। ହ୍ୟାଟ୍ରିକ୍ ପରାଜୟ ସହ ଚେନ୍ନାଇ ଲିଗ୍ ପର୍ଯ୍ୟାୟ ସମାପ୍ତ କରିଥିଲେ ହେଁ ଦ୍ରୁତ ବୋଲର ଦୀପକ ଚହର ନିଜ ଜୀବନର ନୂତନ ପର୍ଯ୍ୟାୟ ଆରମ୍ଭ କରିଛନ୍ତି।

ପ୍ରକୃତରେ ପଞ୍ଜାବ ବିପକ୍ଷ ମ୍ୟାଚ ସରିବା ପରେ ସିଏସକେର ଧ୍ରୁତ ବୋଲର ଦୀପକ ଚହର ଷ୍ଟାଡିଅମରେ ବସିଥିବା ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ଯୁବତୀ ଜଣକ ସଙ୍ଗେ ସଙ୍ଗେ ଚକିତ ହୋଇଯାଇଥିଲେ ପରବର୍ତ୍ତୀ ସମୟରେ ସେ ଦୀପକଙ୍କ ନିବେଦନକୁ ଗ୍ରହଣ କରି ନେଇଥିଲେ। ତେବେ, ଯୁବତୀ ଜଣକ ଦୀପକଙ୍କ ବାନ୍ଧବୀ ଜୟା ଭାରଦ୍ୱାଜ ବୋଲି ଜଣାପଡ଼ିଛି। ଏହି ଘଟଣାର ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ ଭିଡ଼ିଓ:-