IPL 2021: ଚେନ୍ନାଇ କୁ ମିଳିଲା ଲଗାତାର ପଞ୍ଚମ ବିଜୟ, ହାଇଦ୍ରାବାଦ କୁ ୭ ୱିକେଟ ରେ ହରାଇଲା, ଦେଖନ୍ତୁ ପଏଣ୍ଟ ଟେବୁଲ

 

ଆଇପିଏଲ ର ୨୩ ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ ସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ କୁ ୭ ୱିକେଟରେ ପରାସ୍ତ କରିଛି।  ଟସ୍ ଜିତିବା ପରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।  ପ୍ରଥମେ ବ୍ୟାଟିଂ କରିବାକୁ ବାହାରିଥିବା ସନରାଇଜର୍ସ ହାଇଦ୍ରାବାଦ ଦଳ ୨୦ ଓଭରରେ ୩ ୱିକେଟ୍ ହରାଇ ୧୭୧ ରନ୍ ସଂଗ୍ରହ କରିଥିଲା। ଏହି ଟାର୍ଗେଟକୁ ପିଛା କରି ଚେନ୍ନାଇ ସୁପର କିଙ୍ଗ୍ସ ଦଳ ୧୮.୩ ଓଭରରେ ୩ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା।

ତେବେ ୬ ଟି ମ୍ୟାଚରେ ଚେନ୍ନାଇର ଏହା ହେଉଛି ପଞ୍ଚମ ବିଜୟ ଏବଂ ବର୍ତ୍ତମାନ ଏହା ୧୦ ପଏଣ୍ଟ ସହ ଟେବୁଲର ଶୀର୍ଷରେ ପହଞ୍ଚିଛି। ସେହିପରି ୬ ଟି ମ୍ୟାଚ୍‌ରେ ଏହା ହାଇଦ୍ରାବାଦର ପଞ୍ଚମ ପରାଜୟ ଏବଂ ଏହି ଦଳ ଦୁଇ ପଏଣ୍ଟ ସହ ପଏଣ୍ଟ ଟେବୁଲର ସଭା ତଳେ ରହିଛି।

ଏହି ମ୍ୟାଚରେ ଟସ୍ ଜିତିବା ପରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବାକୁ ବାହାରିଥିଲା ​​ଏବଂ ତିନି ୱିକେଟ୍ ପାଇଁ ୧୭୧ ରନ୍ ସଂଗ୍ରହ କରିଥିଲା।  ହାଇଦ୍ରାବାଦ ଭଲ ଆରମ୍ଭ କରିନଥିଲା ଏବଂ ଦଳ ମାତ୍ର ୨୨ ରନ୍ ସ୍କୋର କରିଥିବା ବେଳେ ଜନି ବେୟାରଷ୍ଟୋ (୭) ଙ୍କ ୱିକେଟ୍ ହରାଇଥିଲା। ଏହା ପରେ କିନ୍ତୁ ଅଧିନାୟକ ୱାର୍ଣ୍ଣର (୫୭) ଏବଂ ମନୀଷ ପାଣ୍ଡେ (୬୧) କରି ଦ୍ୱିତୀୟ ୱିକେଟ୍ ପାଇଁ ଦୃଢ଼ତା ର ସହ ବ୍ୟାଟିଂ କରିଥିଲେ ଏବଂ ହାଇଦ୍ରାବାଦକୁ ସମ୍ମାନଜନକ ସ୍କୋରକୁ ନେବା ପାଇଁ ୮୭ ବଲରୁ ୧୦୬ ରନ୍ ସଂଗ୍ରହ କରିଥିଲେ।

ଏହି ଲକ୍ଷକୁ ପିଛା କରିବାକୁ ଯାଇ ଚେନ୍ନାଇ ର ଆରମ୍ଭ ଭଲ ରହିଥିଲା ଚେନ୍ନାଇ ପାଇଁ ରିତୁରାଜ ଗାଇକୱାଡ ୪୪ ବଲରୁ ୧୨ ଚୌକା ସହ ସର୍ବାଧିକ ୭୫ ରନ୍ କରିଥିଲେ, ତାଙ୍କ ବ୍ୟତୀତ ଫାଫ୍ ଡୁ ପ୍ଲେସିସ୍ ୩୮ ବଲରେ ୬ଟି ଚୌକା ଓ ଗୋଟିଏ ଛକା ସହ ୫୬ ରନ୍ ଏବଂ ମୋଇନ୍ ଅଲି ୧୫ ରନ୍ ସ୍କୋର କରିଥିଲେ। ସୁରେଶ ରାଇନା ଅପରାଜିତ 17 ରନ ସ୍କୋର କରିଥିଲେ ଏବଂ ଚେନ୍ନାଇ ମାତ୍ର ୧୮.୩ ଓଭର ରେ ଲକ୍ଷ୍ୟ ହାସଲ କରିନେଇଥିଲା। ହାଇଦ୍ରାବାଦ ପାଇଁ ଚାରି ଓଭରରେ ରସିଦ ଖାନ ୩୬ ରନ ଦେଇ ତିନୋଟି ୱିକେଟ୍ ନେଇଥିଲେ।