ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ହାରି ବିଶ୍ୱକପରୁ ବିଦାୟ ନେଲା ଭାରତ, ଏହି କାରଣ ପାଇଁ ହାରିଲା ଭାରତ

ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ସାହସିକଭରା ଅର୍ଦ୍ଧଶତକୀୟ ଇନିଂସ ସତ୍ତ୍ୱେ ଏଠାରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍ର ପ୍ରଥମ ସେମିଫାଇନାଲରେ ଭାରତ ୧୮ ରନରେ ନ୍ୟୁଜିଲାଣ୍ଡ ନିକଟରୁ ପରାସ୍ତ ହୋଇଛି। ଏଥିସହ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ବିଶ୍ୱକପ୍ରୁ ଏହାର ଅଭିଯାନ ଶେଷ କରିଛି। କେବଳ ଜାଡେଜା ଓ ଧୋନିଙ୍କୁ ଛାଡି ଅନ୍ୟ ସମସ୍ତ ଖେଳାଳି ଦାୟିତ୍ୱହୀନ ଇନିଂସ ଖେଳିଥିଲେ । ୫ ରନ ଭିତରେ ରୋହିତ, କୋହଲି ଓ ରାହୁଲ ଆଉଟ ହେବା ପରେ ସମ୍ପୂର୍ଣ୍ଣ ଖେଳକୁ
 

ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ସାହସିକଭରା ଅର୍ଦ୍ଧଶତକୀୟ ଇନିଂସ ସତ୍ତ୍ୱେ ଏଠାରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ଭାରତ ୧୮ ରନରେ ନ୍ୟୁଜିଲାଣ୍ଡ ନିକଟରୁ ପରାସ୍ତ ହୋଇଛି। ଏଥିସହ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ବିଶ୍ୱକପ୍‌ରୁ ଏହାର ଅଭିଯାନ ଶେଷ କରିଛି। କେବଳ ଜାଡେଜା ଓ ଧୋନିଙ୍କୁ ଛାଡି ଅନ୍ୟ ସମସ୍ତ ଖେଳାଳି ଦାୟିତ୍ୱହୀନ ଇନିଂସ ଖେଳିଥିଲେ । ୫ ରନ ଭିତରେ ରୋହିତ, କୋହଲି ଓ ରାହୁଲ ଆଉଟ ହେବା ପରେ ସମ୍ପୂର୍ଣ୍ଣ ଖେଳକୁ ବିଗାଡି ଦେଇଥିଲେ ଦିନେଶ କାର୍ତ୍ତିକ, ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ।

ପରେ ରବୀନ୍ଦ୍ର ଜାଡେଜା ଓ ମହେନ୍ଦ୍ର ସିଂହ ଧୋନିଙ୍କ ଲଢୁଆ ବ୍ୟାଟିଂ ପାଇଁ ବିଜୟ ପଥକୁ ଫେରିଥିଲା ଭାରତ । କିନ୍ତୁ ଅନ୍ତିମରେ ରବୀନ୍ଦ୍ର ଜାଡେଜା ଓ ଧୋନି ଆଉଟ ହେବା ପରେ ୧୩୦ କୋଟି ଭାରତୀୟଙ୍କ ସ୍ୱପ୍ନ ଭାଙ୍ଗିଯାଇଥିଲା । ଆଜିର ମ୍ୟାଚକୁ ୧୮ ରନରେ ବିଜୟ ଲାଭ କରି ସିଧାସଳଖ ଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ । ଲଗାତାର ଦ୍ୱିତୀୟଥର ପାଇଁ ନ୍ୟୁଜିଲାଣ୍ଡ ଫାଇନାଲରେ ପ୍ରବେଶ କରିଛି । 

ଆଜିର ମ୍ୟାଚରେ ଭାରତକୁ ୨୪୦ ରନର ଟାର୍ଗେଟ ମିଳିଥିଲା, ଯାହା ଭାରତୀୟ ବ୍ୟାଟିଂ ଫର୍ମକୁ ଦେଖିଲେ ବହୁତ କମ ମନେହେଉଥିଲା । କିନ୍ତୁ ପ୍ରାରମ୍ଭରୁ ସ୍ୱିଙ୍ଗ ବୋଲିଂ କରି ମ୍ୟାଟ ହେନ୍ରୀ ଓ ବୋଲ୍ଟ ଭାରତର ମେରୁଦଣ୍ଡ କୁହାଯାଉଥିବା ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଆଉଟ କରି ଭାରତକୁ ବ୍ୟାକଫୁଟକୁ ପଠାଇଥିଲେ । ରୋହିତ, କୋହଲି ଓ ରାହୁଲ ମାତ୍ର ୫ ରନର ଦଳଗତ ସ୍କୋରରେ ଆଉଟ ହୋଇଥିଲେ ।

ହେଲେ ପରାଜୟର ମୁଖ୍ୟ କାରଣ ପାଲଟିଥିଲେ ଦିନେଶ କାର୍ତ୍ତିକ, ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା । ଏହି ତିନି ଖେଳାଳି ଅଧିକ ବଲ ଖେଳି କମ ରନ କରି ଆଉଟ୍ ହୋଇ ଭାରତର ପରାଜୟର ମୁଖ୍ୟ କାରଣ ସାଜିଥିଲେ । ଦିନେଶ କାର୍ତ୍ତିକ ୨୫ଟି ବଲ ଖେଳି ମାତ୍ର ୬ ରନ କରିଥିଲେ(୧୯ଟି ବଲ ଅଧିକ ନେଇଥିଲେ), ରିଷଭ ପନ୍ତ ୫୬ଟି ବଲରୁ ୩୨ ରନ କରିଥିଲେ(୨୪ଟି ବଲ ଅଧିକ ନେଇଥିଲେ) ଓ ହାର୍ଦ୍ଦିକ ପାଣ୍ଡ୍ୟା ୬୨ଟି ବଲରୁ ୩୨ ରନ କରିଥିଲେ(୩୦ଟି ବଲ ଅଧିକ ନେଇଥିଲେ) ।

ଏହି ତିନି ଜଣ ଖେଳାଳି ୭୩ଟି ବଲ ଅଧିକ ଖେଳି ଭାରତ ପରାଜୟର ମୁଖ୍ୟ କାରଣ ପାଲଟିଥିଲେ । ସେଟ୍ ହେବା ପରେ ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ବେପରୁଆ ସଟ୍ ଖେଳି ନିଜର ୱିକେଟ୍ ଦାନ କରି ଆଉଟ୍ ହୋଇଥିଲେ । ଶେଷରେ ଧୋନି ଓ ଜାଡେଜା ଯଦଓ ଜୋରଦାର ଲଢେଇ କରିଥିଲେ, କିନ୍ତୁ ଏହି ତିନି ଖେଳାଳିଙ୍କ ଭୁଲକୁ ସୁଧାରିବାକୁ ଯାଇ ଶେଷ ମୁହୂର୍ତ୍ତରେ ନିଜର ୱିକେଟ ଦେଇଥିଲେ । ୨୪୦ ରନର ପିଛା କରି ଭାରତ ୨୨୧ ରନ ହିଁ କରିବାକୁ ସକ୍ଷମ ହୋଇଥିଲା ।