ବିଶ୍ୱର ୧୦ ସବୁଠୁ ଅଳସୁଆ କ୍ରିକେଟରଙ୍କ ଲିଷ୍ଟ, କୋହଲୀ ଓ ରୋହିତ୍ ଙ୍କ ସ୍ଥାନ ଜାଣି ଆଶ୍ଚର୍ଯ୍ୟ ହେବେ

ବିଶ୍ୱରେ ଏମିତି କିଛି କ୍ରିକେଟର ଅଛନ୍ତି, ଯେଉଁମାନେ ପଡିଆରେ ଅଳସୁଆ ସ୍ବଭାବର ଥାନ୍ତି। ବ୍ୟାଟିଂ ହେଉ କି ବୋଲିଂ ଏହି କ୍ରିକେଟରମାନେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ସେମାନେ ଫିଲ୍ଡିଂରେ ଦୁର୍ବଳ ଥାନ୍ତି। ଆସନ୍ତୁ ଜାଣିବା ସେମିତି କିଛି କ୍ରିକେଟରଙ୍କ ସମ୍ପର୍କରେ… ୧)ଇଞ୍ଜାମାମ୍-ଉଲ୍-ହକ୍: ବିଶ୍ୱର ସବୁଠୁ ଅଳସୁଆ କ୍ରିକେଟର ଭାବେ ପରଚିତ ଥିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ୍ ହକ୍। ସେ ବ୍ୟାଟିଂରେ ଉନ୍ନତ ପ୍ରଦର୍ଶନ କରୁଥିଲେ ମଧ୍ୟ ଆଦୌ ଦୌଡିପାରୁ ନ ଥିଲେ। ଏହି
 

ବିଶ୍ୱରେ ଏମିତି କିଛି କ୍ରିକେଟର ଅଛନ୍ତି, ଯେଉଁମାନେ ପଡିଆରେ ଅଳସୁଆ ସ୍ବଭାବର ଥାନ୍ତି। ବ୍ୟାଟିଂ ହେଉ କି ବୋଲିଂ ଏହି କ୍ରିକେଟରମାନେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ସେମାନେ ଫିଲ୍ଡିଂରେ ଦୁର୍ବଳ ଥାନ୍ତି। ଆସନ୍ତୁ ଜାଣିବା ସେମିତି କିଛି କ୍ରିକେଟରଙ୍କ ସମ୍ପର୍କରେ…

୧)ଇଞ୍ଜାମାମ୍‌-ଉଲ୍‌-ହକ୍‌: ବିଶ୍ୱର ସବୁଠୁ ଅଳସୁଆ କ୍ରିକେଟର ଭାବେ ପରଚିତ ଥିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ୍‌ ହକ୍‌। ସେ ବ୍ୟାଟିଂରେ ଉନ୍ନତ ପ୍ରଦର୍ଶନ କରୁଥିଲେ ମଧ୍ୟ ଆଦୌ ଦୌଡିପାରୁ ନ ଥିଲେ। ଏହି କାରଣରୁ ସେ କ୍ରିକେଟ କ୍ୟାରିୟରରେ ୪୦ ଥର ରନଆଉଟ୍‌ ହୋଇଛନ୍ତି।

୨)ମହମ୍ମଦ ଶେହଜାଦ: ଆଫଗାନସ୍ତାନ କ୍ରିକେଟ ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ଶେହଜାଦ ମଧ୍ୟ ଏହି ଲିଷ୍ଟରେ ଆସନ୍ତି। ସେ ଚୌକା ଏବଂ ଛକା ମାରି ରନ୍‌ ସଂଗ୍ରହ କରିବାକୁ ଚେଷ୍ଟା କରିଥାନ୍ତି। ସେ ଫିଟ୍‌ନେସରେ ଦୁର୍ବଳ ଥିବା କଥା ମଧ୍ୟ ନିଜେ ସ୍ବୀକାର କରିଛନ୍ତି।

୩)କ୍ରିସ୍‌ ଗେଲ୍‌: ଓ୍ବେଷ୍ଟଇଣ୍ଡିଜର ବିସ୍ପୋରକ ବ୍ୟାଟ୍ସମ୍ୟାନ୍‌ ମଧ୍ୟ ଚୌକା ଏବଂ ଛକାରେ ପାଳି ଆଗକୁ ବଢାଇବାକୁ ଚାହଁିଥାନ୍ତି। ରନ୍‌ ନେଇ ସ୍କୋର କରିବାକୁ ସେ ପସନ୍ଦ କନ୍ତି ନାହିଁ। ଫିଲ୍ଡିଂରେ ମଧ୍ୟ ସେ ଏତେଟା ଉତ୍ତମ ନୁହଁନ୍ତି। ସେ ଆଜି ପର୍ଯ୍ୟନ୍ତ ୩ ରନ୍‌ ଉଇକେଟରେ ଦୌଡିକି ନେବାରେ ସମର୍ଥ ହୋଇନାହାନ୍ତି।

୪)ସରଫରାଜ ଅହମ୍ମଦ: ପାକିସ୍ତାନର ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦ ମଧ୍ୟ ଅଳସୁଆ ସ୍ବାଭାବର ଖେଳାଳି ଅଟନ୍ତି। ଫିଟନେସରେ ସେ ଦୁର୍ବଳ ଥିବାରୁ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇଛି।

୫)ମୁନାଫ୍‌ ପଟେଲ: ଭାରତୀୟ ଦଳର ପୂର୍ବତନ ପେସ୍‌ ବୋଲର୍‌ ମୁନାଫ୍‌ ପଟେଲ ଫିଲ୍ଡିଂରେ ଦୁର୍ବଳ। ସେ ସାମାନ୍ୟ କ୍ୟାଚ୍‌ ଧରିବାରେ ମଧ୍ୟ ବିଫଳ ଥାନ୍ତି।

୬)ବିରେନ୍ଦ୍ର ସେହ୍ବାଗ: ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ଓପନର ବିରେନ୍ଦ୍ର ସେହ୍ବାଗ ମଧ୍ୟ ଅଳସୁଆ କ୍ରିକେଟର ଲିଷ୍ଟରେ ଆସୁଛନ୍ତି। ସେ ପ୍ରାୟ ରନ୍‌-ଆଉଟ୍‌ ହେଉଥିବାର ଦେଖାଯାଏ। ସେ କେବେ ବି ଉଇକେଟ୍‌ ପଛରେ ଦୌଡି ରନ୍‌ ନେବାକୁ ପସନ୍ଦ କରନ୍ତି ନାହିଁ।

୭)ରୋହିତ ଶର୍ମା: ଏହି ଲିଷ୍ଟ ଅଛନ୍ତି ଭାରତୀୟ ଓପନର ରୋହିତ ଶର୍ମା। ସେ ମଧ୍ୟ ଫିଲ୍ଡିରେ ଟିକେ ଦୁର୍ବଳ।

୮)ୟୁସୁଫ ପଠାନ: ଅଲରାଉଣ୍ଡର ୟୁସୁଫ ପଠାନରେ ଫିଲ୍ଡିରେ ଦୁର୍ବଳ। ସେ ଆଦୌ ଦୌଡିପାରନ୍ତି ନାହିଁ।

୯)ଥିସାରା ପେରେରା: ଶ୍ରୀଲଙ୍କାର ପୂର୍ବତନ ଖେଳାଳି ଥିସାରା ପେରେରା ବ୍ୟାଟିଂ ଏବଂ ବୋଲିଂରେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଫିଲ୍ଡିଂରେ ଦୁର୍ବଳ।

୧୦) ବିରାଟ କୋହଲୀ: ଏହି ଲିଷ୍ଟ ରେ ବିରାଟ କୋହଲୀ ଶେଷରେ ଅଛନ୍ତି। ପଡିଆରେ ଫିଟ୍ ଦେଖା ଯାଉଥିଲେ ମଧ୍ୟ ଅସଲ ଜୀବନରେ ସେ ଟିକେ ଅଳସୁଆ।