ମ୍ୟାନ ଅଫ୍ ଦି ସିରିଜ୍ ଦେବାରେ ହେଲା ବଡ ଭୁଲ୍, ଏହି ଖେଳାଳି ଥିଲେ ପ୍ରକୃତ ହକଦାର୍

ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ୬୭ ରନରେ ୱେଷ୍ଟଇଣ୍ଡିଜକୁ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ କବଜା କରିଛି। ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା, ଲୋକେଶ ରାହୁଲ୍ ଏବଂ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୪୦ ରନର ବିଶାଳ ସ୍କୋର କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍ ୮ ୱିକେଟ୍ ହରାଇ ୧୭୩ ରନ୍ କରିବାକୁ ସକ୍ଷମ ହୋଇଥିଲା।
 
ମ୍ୟାଚ ଶେଷରେ ଅଧିନାୟକ ବିରାଟ କୋହଲୀଙ୍କୁ ମ୍ୟାନ ଅଫ୍ ଦି ସିରିଜ୍ ପୁରଷ୍କାର ଦିଆଯାଇଥିଲା। ହେଲେ ଏହା ପରେ ମ୍ୟାନ୍ ଅଫ ସିରିଜ୍ କୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପୁରସ୍କାର କେ ଏଲ୍ ରାହୁଲ ଙ୍କୁ ଦିଆଯିବାର ଥିଲା ବୋଲି ଅନେକ ପ୍ରଶଂସକ ଓ କ୍ରିକେଟର ମାନେ କହିଛନ୍ତି।

ୱେଷ୍ଟଇଣ୍ଡିଜ ସହିତ ଏହି ସିରିଜ୍ ରେ ବିରାଟ କୋହଲୀ ୩ ପାଳିରେ ୧୯୦.୬୨ର ଷ୍ଟ୍ରାଇକ୍ ରେଟ୍ ରେ ୧୮୩ ରନ୍ ବନେଇଛନ୍ତି। ଯେଉଁଥିରେ ଦୁଇଟି ଅର୍ଧଶତକ ରହିଛି। ୯୪ ସର୍ବାଧିକ ସ୍କୋର୍ ରହିଥିଲା।

ଯେବେକି ଓପନର୍ କେ ଏଲ୍ ରାହୁଲ୍ ୩ଟି ପାଳିରେ ୧୫୩.୨୭ ଷ୍ଟ୍ରାଇକ୍ ରେଟ୍ ରେ ୧୬୪ ରନ୍ ବନେଇଛନ୍ତି। ଯେଉଁଥିରେ ୨ ଟି ଅର୍ଧଶତକ ସହିତ ୯୧ ରନର ବେଷ୍ଟ ପାଳି ରହିଥିଲା। ଉଭୟଙ୍କ ରନରେ ଅଧିକ ଅନ୍ତର ନଥିଲେ ବି କେ ଏଲ୍ ରାହୁଲଙ୍କୁ ମ୍ୟାନ ଅଫ ଦି ସିରିଜ ମିଳିଥିଲେ ତାଙ୍କ ମନବଳ ଆହୁରି ବଢିଥାନ୍ତା ବୋଲି ପୂର୍ବତନ ଖେଳାଳି ମାନେ ମତ ରଖିଛନ୍ତି।