ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମ, ଯେଉଁଠି ଏକାସାଙ୍ଗରେ ଖେଳାଯାଇ ପାରିବ ୭ଟି ମ୍ୟାଚ, ଜାଣନ୍ତୁ ଷ୍ଟାଡିୟମ ବିଷୟରେ

ଭାରତରେ ନିର୍ମିତ ହେଉଛି ବିଶ୍ୱର ସବୁଠୁ ବଡ ଷ୍ଟାଡିୟମ। ଗୁଜୁରାଟର ଅହମ୍ମଦାବାଦରେ ନିର୍ମାଣ ହେଉଛି ବିଶ୍ୱର ସର୍ବବୃହତ ସର୍ଦ୍ଦାର୍ ପଟ୍ଟେଲ କ୍ରିକେଟ ଷ୍ଟାଡିୟମ। ଏହା ବର୍ତ୍ତମାନ ପୂରାପୁରି ଭାବେ ସଂମ୍ପୂର୍ଣ୍ଣ ହେବାକୁ ଆସିଲାଣି। ଗୁଜରାଟରେ କ୍ରିକେଟ ଆସୋସିଏସନ ଏହାର ନିର୍ମାଣ ଦାୟିତ୍ୱ ଲାର୍ସନ ଏବଂ ଟର୍ବୋକୁ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଆସନ୍ତା ୨୪ ତାରିଖ ଦିନ ଉଦଘାଟନ କରିବେ ଗୁଜରାଟରେ ନିର୍ମାଣ ହୋଇଥିବା ବିଶ୍ୱର ସବୁଠାରୁ ବଡ କ୍ରିକେଟ୍ ଷ୍ଟାଡିୟମ୍। ଅହମ୍ମଦାବାଦ ନିକଟସ୍ଥ ମୋଟେରାରେ
 

ଭାରତରେ ନିର୍ମିତ ହେଉଛି ବିଶ୍ୱର ସବୁଠୁ ବଡ ଷ୍ଟାଡିୟମ। ଗୁଜୁରାଟର ଅହମ୍ମଦାବାଦରେ ନିର୍ମାଣ ହେଉଛି ବିଶ୍ୱର ସର୍ବବୃହତ ସର୍ଦ୍ଦାର୍ ପଟ୍ଟେଲ କ୍ରିକେଟ ଷ୍ଟାଡିୟମ। ଏହା ବର୍ତ୍ତମାନ ପୂରାପୁରି ଭାବେ ସଂମ୍ପୂର୍ଣ୍ଣ ହେବାକୁ ଆସିଲାଣି। ଗୁଜରାଟରେ କ୍ରିକେଟ ଆସୋସିଏସନ ଏହାର ନିର୍ମାଣ ଦାୟିତ୍ୱ ଲାର୍ସନ ଏବଂ ଟର୍ବୋକୁ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଆସନ୍ତା ୨୪ ତାରିଖ ଦିନ ଉଦଘାଟନ କରିବେ ଗୁଜରାଟରେ ନିର୍ମାଣ ହୋଇଥିବା ବିଶ୍ୱର ସବୁଠାରୁ ବଡ କ୍ରିକେଟ୍ ଷ୍ଟାଡିୟମ୍। ଅହମ୍ମଦାବାଦ ନିକଟସ୍ଥ ମୋଟେରାରେ ନିର୍ମିତ ହୋଇଥିବା ଏହି ବଡ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି।

ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କର ଡ୍ରିମ ପ୍ରୋଜେକ୍ଟ ଅଟେ। ତେବେ ଉଦଘାଟନ ପୂର୍ବରୁ ଏହି ଷ୍ଟାଡିୟମକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଷ୍ଟାଡିୟମକୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କରାଯାଇଛି। ଏହି ଷ୍ଟାଡିୟମ ପରିସରରେ ୧ ଲକ୍ଷ ୧୦ ହଜାର ଲୋକଙ୍କର ବସିବାର କ୍ଷମତା ରହିଛି।୬୩ ଏକର ଜମିରେ ନିର୍ମିତ ଏହି ଷ୍ଟାଡିୟମରେ ୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି। ଏହି ବିରାଟ ଷ୍ଟାଡିୟମ ନିର୍ମାଣ ପାଇଁ ୩ ବବର୍ଷ ସମୟ ଲାଗିଛି। ଏହି ଷ୍ଟାଡିୟମରେ ଅନେକ ଗୁଡ଼ିଏ ଡ୍ରେସିଂ ରିମ୍ ରହିଛି ଏକାଥରେ ୪ଟି କ୍ରିକେଟ ଦଳ ଏହାକୁ ବ୍ୟବହାର କରି ପାରିବେ। ଏହି ଷ୍ଟାଡିୟମରେ ମୋଟ ୧୧ଟି ପିଚ୍ ରହିଛି। ଏହାକୁ ପ୍ରସ୍ତୁତ କରିବା ପାଇଁ କଳା ଓ ଲାଲ ମାଟି ବ୍ୟବହାର କରାଯାଇଛି।

ପ୍ରଥମ ଥର ପାଇଁ ଏହି ଷ୍ଟାଡିୟମକୁ ଆଲୋକିତ କରିବାକୁ ଏଲଇଡି ଫ୍ଲଡ ଲାଇଟର ବ୍ୟବହାର କରାଯାଇଛି। ବଡ କଥା ହେଲା ଏହି ଲାଇଟ ଗୁଡିକୁ ୯୦ ମିଟର ଉପରେ ଲଗାଯାଇଛି, ଯାହା ୨୫ ତାଲା ବିଲ୍ଡିଂ ସହ ସମାନ। ବର୍ଷା କାରଣରୁ ଏହି ଷ୍ଟାଡିୟମରେ ବେଶି ସମୟ ପାଣି ଜମି ରହିବ ନାହିଁ। ଷ୍ଟାଡିୟମକୁ ଏମିତି କୌଶଳରେ ନିର୍ମାଣ କରାଯାଇଛି ଯାହାଦ୍ୱାରା ବର୍ଷା ହେଲେ ମାତ୍ର ୩୦ ମିନିଟ୍ ମଧ୍ୟରେ ଗ୍ରାଉଣ୍ଡକୁ ଖେଳ ଉପଯୋଗୀ କରାଯାଇପାରିବ। ଷ୍ଟାଡିୟମ ଭିତରେ ଫିଜିଓ ଥେରାପି ସିଷ୍ଟମ ଓ ହାଇଡ୍ରୋଥେରାପି ସିଷ୍ଟମ ରହିଛି ଯାହାଦ୍ୱାରା ଆହତ ଖେଳାଳିଙ୍କୁ ଷ୍ଟାଡିୟମ ମଧ୍ୟରେ ହିଁ ଚିକିିତ୍ସା କରାଯାଇପାରିବ। ଷ୍ଟାଡିୟମକୁ ଏଭଳି ଭାବରେ ନିର୍ମିତ କରାଯାଇଛି ଯେ, ଜଣେ ଖେଳାଳୀ ଛକା କିମ୍ବା ଚାରି ମାରିଲେ ଷ୍ଟାଡିୟମର ପ୍ରତିଟି ଦର୍ଶକ ଏହାକୁ ବେଶ ଆରାମରେ ଦେଖିପାରିବେ। ଏହି ଷ୍ଟାଡିୟମରେ ଏକାସଙ୍ଗରେ ୪୦୦୦ କାର ଓ ୨୦୦୦୦ ବାଇକ୍ ପାର୍କିଂ କରିହେବ।