ପୁରୁଷ ଓ ମହିଳା କ୍ରିକେଟରଙ୍କ ଦରମାରେ ଅଛି ବଡ ଫରକ୍, ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ମିଳେ ମାତ୍ର ଏତିକି ଟଙ୍କା

ବିସିସିଆଇ ଦୁନିଆର ସବୁଠାରୁ ଧନୀ କ୍ରିକେଟ ବୋର୍ଡ଼, ବିସିସିଆଇର ମୋଟ ସମ୍ପତ୍ତି ଆଇସିସି ଠାରୁ ମଧ୍ୟ ଅଧିକ ଅଟେ। ଭାରତୀୟ ପୁରୁଷ କ୍ରିକେଟ ଦଳର ଖେଳାଳିଙ୍କ ଦରମା ବିଷୟରେ ତ ଆପଣ ଜାଣିଥିବେ। ହେଲେ କଣ ଆପଣ ମହିଳା କ୍ରିକେଟରଙ୍କ ଦରମା କେତେ ଜାଣନ୍ତି କି? ପୁରୁଷଙ୍କ ତୁଳନାରେ ମହିଳାଙ୍କ ଦରମା ବେଶି ନା କମ୍ ଆସନ୍ତୁ ଜାଣିବା। ବିସିସିଆଇ ଭାରତୀୟ ମହିଳା କ୍ରିକେଟରଙ୍କୁ ତିନୋଟି ବିଭାଗରେ ଭାଗ କରିଛି। A, B ଓ C,ଗ୍ରେଡ୍ ‘ଏ’
 

ବିସିସିଆଇ ଦୁନିଆର ସବୁଠାରୁ ଧନୀ କ୍ରିକେଟ ବୋର୍ଡ଼, ବିସିସିଆଇର ମୋଟ ସମ୍ପତ୍ତି ଆଇସିସି ଠାରୁ ମଧ୍ୟ ଅଧିକ ଅଟେ। ଭାରତୀୟ ପୁରୁଷ କ୍ରିକେଟ ଦଳର ଖେଳାଳିଙ୍କ ଦରମା ବିଷୟରେ ତ ଆପଣ ଜାଣିଥିବେ। ହେଲେ କଣ ଆପଣ ମହିଳା କ୍ରିକେଟରଙ୍କ ଦରମା କେତେ ଜାଣନ୍ତି କି? ପୁରୁଷଙ୍କ ତୁଳନାରେ ମହିଳାଙ୍କ ଦରମା ବେଶି ନା କମ୍ ଆସନ୍ତୁ ଜାଣିବା।

ବିସିସିଆଇ ଭାରତୀୟ ମହିଳା କ୍ରିକେଟରଙ୍କୁ ତିନୋଟି ବିଭାଗରେ ଭାଗ କରିଛି। A, B ଓ C,ଗ୍ରେଡ୍ ‘ଏ’ ରେ ଚାରି ଜଣ କ୍ରିକେଟର ସାମିଲ୍ ଅଛନ୍ତି। ଯେଉଁଥିରେ ଭାରତୀୟ ଦଳର ଅଧିନାୟିକା ମିତାଲି ରାଜ୍,ସ୍ମୃତି ମାନ୍ଧନା, ହରମନପ୍ରୀତ କୌର ଓ ଝୁଲଣ ଗୋସ୍ୱାମୀ ଅଟନ୍ତି। ଗ୍ରେଡ ଏ ଖେଳାଳିଙ୍କୂ ବିସିସିଆଇ ୫୦ ଲକ୍ଷ ଟଙ୍କା ଦରମା ପ୍ରଦାନ କରିଥାଏ। ଯାହା ପୁରୁଷଙ୍କ କ୍ରିକେଟରଙ୍କ ତୁଳନାରେ ବହୁତ୍ କମ୍ ପୁରୁଷ ‘ଏ’ଗ୍ରୁପର ଦରମା ୭ କୋଟି ଅଟେ।

ସେହିପରି ଗ୍ରେଡ ବି ରେ ୬ ଜଣ ଖେଳାଳି ରହିଛନ୍ତି। ଏହି ଖେଳାଳି ମାନେ ହେଉଛନ୍ତି ପୁନମ ୟାଦବ, ବେଦ କୃଷ୍ଣାମୃର୍ତି, ରାଜେସ୍ୱରୀ ଗାୟକବାଡ, ଏକତା ଶିଷ୍ଠ, ସିକ୍ଷା ପାଣ୍ଡେ ଓ ଦିପ୍ତି ଶର୍ମା। ଏହି ୬ ଜଣ ଖେଳାଳିଙ୍କୁ ବିସିସିଆଇ ୩୦ ଲକ୍ଷ ଦରମା ପ୍ରଦାନ କରିଥାଏ। ସେହିପରି ଗ୍ରୁପ ‘ସି’ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ମିଳିଥାଏ। ଯେବେକି ପୁରୁଷ ଗ୍ରେଡ ‘ବି’ର ଦରମା ୫ କୋଟି ଓ ଗ୍ରେଡ ‘ସି’ଖେଳାଳିଙ୍କ ୩ କୋଟି ଅଟେ।