୮୦୦କୋଟି ଆୟ ପରେ କରୋନା ପାଇଁ ୧ଲକ୍ଷ ଦାନ ଖବରକୁ ନେଇ ରାଗିଗଲେ ପତ୍ନୀ ସାକ୍ଷୀ କହିଲେ…

କରୋନା ବିସ୍ତାରକୁ ରୋକିବା ପାଇଁ ମୋଦୀ ସରକାର ସାରା ଦେଶରେ 21 ଦିନିଆ ଲକ ଡାଉନ ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଚଳଚ୍ଚିତ୍ର ତାରକା, ରାଜନୀତି ଏବଂ ଖେଳାଳି ସମେତ ବହୁ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାକୁ ଦାନ ଦେଉଛନ୍ତି। ଅନେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ଧୋନି ମଧ୍ୟ କରୋନା ସହ ଲଢିବା ପାଇଁ 1 ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହା ପରେ
 

କରୋନା ବିସ୍ତାରକୁ ରୋକିବା ପାଇଁ ମୋଦୀ ସରକାର ସାରା ଦେଶରେ 21 ଦିନିଆ ଲକ ଡାଉନ ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଚଳଚ୍ଚିତ୍ର ତାରକା, ରାଜନୀତି ଏବଂ ଖେଳାଳି ସମେତ ବହୁ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାକୁ ଦାନ ଦେଉଛନ୍ତି। ଅନେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ଧୋନି ମଧ୍ୟ କରୋନା ସହ ଲଢିବା ପାଇଁ 1 ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହା ପରେ ସେ ସୋସିଆଲ ମିଡିଆରେ ଟ୍ରୋଲର ସୀକାର ହୋଇଥିଲେ। ତେବେ ପରେ ତାଙ୍କ ପତ୍ନୀ ସାକ୍ସି ଧୋନି ଏଭଳି ରିପୋର୍ଟକୁ ମିଥ୍ୟା ବୋଲି କହିଛନ୍ତି।

ଅନେକ ରିପୋର୍ଟ ଅନୁଯାୟୀ, ଧୋନି ଏହି ଟଙ୍କା ପୁଣେରେ ଅବସ୍ଥିତ ଏକ ସାର୍ବଜନୀନ ଚାରିଟେବୁଲ ଟ୍ରଷ୍ଟ ମୁକୁଲ ମାଧବ ଫାଉଣ୍ଡେସନକୁ ଫଣ୍ଡ ୱେବସାଇଟ୍ କେଟୋ ମାଧ୍ୟମରେ ଦାନ କରିଥିଲେ। ଏହି ଅବଦାନ ପାଇଁ କିଛି ଲୋକ ଧୋନିଙ୍କୁ ପ୍ରଶଂସା କରିଥିବାବେଳେ ଅଧିକାଂଶ ଲୋକ କହିଛନ୍ତି ଯେ ଧୋନିଙ୍କ ପାଇଁ 1 ଲକ୍ଷ ଟଙ୍କା ବହୁତ କମ୍ ଏବଂ ସେ ଦାନରେ ଅଧିକ ଟଙ୍କା ଦେଇଥାନ୍ତେ। ଟ୍ୱିଟରରେ ଉପଭୋକ୍ତାମାନେ ମତ ଦେଇଛନ୍ତି ଯେ ଧୋନିଙ୍କ ବାର୍ଷିକ ଆୟ ପ୍ରାୟ 800 କୋଟି ଏବଂ ସେ ମାତ୍ର ଏତିକି ଟଙ୍କା ଦାନ ଦେଇଛନ୍ତି।

ଧୋନି ଟ୍ୱିଟରରେ ଟ୍ରୋଲ ହେବା ପରେ ଏମଏସ ଧୋନିଙ୍କ ପତ୍ନୀ ସାକ୍ସି ଧୋନି ଗଣମାଧ୍ୟମ ଉପରେ ବର୍ଷିଛନ୍ତି ସେ କହିଛନ୍ତି ଯେ ଏପରି ସମ୍ବେଦନଶୀଳ ସମୟରେ ମିଥ୍ୟା ତଥ୍ୟ ଦିଆଯିବା ଉଚିତ ନୁହେଁ। ସେ ଟ୍ୱିଟରରେ କହିଛନ୍ତି ଯେ ସେ ଏପରି ସମ୍ବେଦନଶୀଳ ସମୟରେ ମିଥ୍ୟା ଖବର ପ୍ରଚାର ନକରିବାକୁ ସମସ୍ତ ମିଡିଆ ହାଉସରୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ‘ଲାଜ ଲାଗିବା କଥା ଏଭଳି ମିଛ ସାମ୍ବାଦିକତା ଯେଉଁମାନେ କରୁଛନ୍ତି, ଏପିରିକି ସାମ୍ବାଦିକମାନଙ୍କୁ ଦାୟିତ୍ୱବାନ ହେବାକୁ ପଡିବ ବୋଲି ସେ ପରାମର୍ଶ ମଧ୍ୟ ଦେଇଛନ୍ତି।