ଦେଖନ୍ତୁ ଭିଡ଼ିଓ: ପ୍ୟାଟ୍ କମିନ୍ସଙ୍କ ବାଉନ୍ସର୍ ରେ ଆହତ ହେଲେ ଜୋସ୍ ବଟଲର୍, କ୍ଲିକ୍ କରି ଦେଖନ୍ତୁ ହେଲମେଟ୍ ରେ ବଲ୍ ବାଜିବାର ଦୃଶ୍ୟ…

 

ଶନିବାର ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ୍ ରେ ଏକ ବଡ ଦୁର୍ଘଟଣା ହେବାରୁ  ଅଳ୍ପକେ ବଞ୍ଚିଯାଇଛି। ଏହି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର ବ୍ୟାଟିଂ କରିବା ସମୟରେ କୋଲକାତା ନାଇଟ୍ ରାଇଡର୍ସ ଫାଷ୍ଟ ବୋଲର ପ୍ୟାଟ୍ କମିନ୍ସଙ୍କ ଏକ ବିପଜ୍ଜନକ ବାଉନ୍ସର୍ ଆସି ତାଙ୍କ ହେଲମେଟରେ ବାଜିଥିଲା।

ରାଜସ୍ଥାନ ରୟାଲ୍ସ ବ୍ୟାଟିଂ ବେଳେ କୋଲକାତା ନାଇଟ୍ ରାଇଡର୍ସ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଦ୍ୱିତୀୟ ଓଭର ବୋଲିଂ କରିବାକୁ ଆସିଥିଲେ। କମିନ୍ସ ଏହି ଓଭରର ପଞ୍ଚମ ବଲରେ ଏକ ବୋଉନ୍ସର ପକାଇଥିଲେ, ଯେଉଁଥିରେ ବଟଲର ସଟ୍ ଲଗାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବଲଟି ସିଧା ଯାଇ ତାଙ୍କ ହେଲମେଟ ରେ ବାଜିଥିଲା।

ତେବେ ଶନିବାର ଖେଳାଯାଇଥିବା ଏହି ଆଇପିଏଲ ମ୍ୟାଚରେ ରାଜସ୍ଥାନ ରୟାଲ୍ସ କୋଲକାତା ନାଇଟ୍ ରାଇଡର୍ସକୁ ୬ ୱିକେଟରେ ପରାସ୍ତ କରିଛି।  କୋଲକାତା ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ପାଇଁ ୧୩୩ ରନ୍ କରିପାରିଥିଲା। ଏହାର ଜବାବରେ ରାଜସ୍ଥାନ ୧୮.୫ ଓଭରରେ ଚାରି ୱିକେଟ୍ ହରାଇ ଏହି ଲକ୍ଷ ହାସଲ କରି ନେଇଥିଲା।