ପୁଣି ଭାରତ ହାତରୁ ମ୍ୟାଚ ଛଡାଇ ନେଲା ଅଷ୍ଟ୍ରେଲିଆ, ସୂର୍ଯ୍ୟକୁମାରଙ୍କ ଏହି ଭୁଲ୍ ପାଇଁ ଜିତିବା ମ୍ୟାଚ ହାରିଲା ଭାରତ

 

ଭାରତ ଏବଂ ଅଷ୍ଟ୍ରେଲିଆ (IND ବନାମ AUS) ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ତୃତୀୟ ମ୍ୟାଚ୍ ଗୁଆହାଟୀରେ ଖେଳାଯାଇଥିଲା। ମାଥ୍ୟୁ ୱେଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାର ଜବାବରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୨୨ ରନ୍ ସଂଗ୍ରହ କରିଥିଲା। ଏହି ବିଶାଳ ସ୍କୋରକୁ ପଛରେ ପକାଇ ଅଷ୍ଟ୍ରେଲିଆ ଶେଷ ୱିକେଟରେ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଶତକ ଯୋଗୁଁ ୫ ୱିକେଟ୍ ବାକି ଥାଇ ଜିତି ନେଇଥିଲା ଅଷ୍ଟ୍ରେଲିଆ।

ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରେଭିସ୍ ହେଡ୍ ୧୮ ବଲରେ ୩୫ ରନ କରି ଆଉଟ ହୋଇଥିଲେ। ଆରୋନ ହାର୍ଡି ୧୨ ବଲରେ ୧୬ରନ କରି ଆଉଟ ହୋଇଥିଲେ। ଜୋସ ଇଂଲିସ ୬ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଗ୍ଲେନ ମ୍ୟାକ୍ସଓ୍ଵେଲ ସମ୍ଭାଳିଥିଲେ।

ମାର୍କସ ଷ୍ଟୋଇନିସ୍‌ ୨୧ ବଲରେ ୧୭ରନ କରି ଆଉଟ ହୋଇଥିଲେ। ଟିମ ଡେଭିଡ୍‌ ୧ ବଲରେ କୌଣସି ରନ ନ କରି ଆଉଟ ହୋଇଥିଲେ। ମ୍ୟାକ୍ସଓ୍ଵେଲଙ୍କ ସାଥ ଦେଇଥିଲେ ମାଥ୍ୟୁ ୱେଡ୍‌ । ମ୍ୟାକ୍ସଓ୍ଵେଲ ୪୮ ବଲରେ ୧୦୮ ରନ କରି ଅପରାଜିତ ରହିଥିବା ବେଲେ ମାଥ୍ୟୁ ୱେଡ୍‌ ୧୬ ବଲରେ ୨୮ ରନ କରି ଅପରାଜିତ ରହିଥିଲେ।

ଭାରତର ଇଂନିସ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ୱେ ଗାଏକ୍ୱାଡ ୫୭ ବଲର ସମ୍ମୁଖୀନ ହୋଇ ୧୩ ଚୌକା ଓ ୭ଛକା ବଳରେ ୧୨୩ ରନର ଇନିଂସ ଖେଳ ଭାରତକୁ ସୁବିଧାଜନକ ସ୍ଥିତିରେ ପଂହଚାଇ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩୯ ରନ କରି ଆଉଟ ହୋଇଥିବା ବେଳେ ତିଳକ ବର୍ମା ୩୧ ରନ କରି ଅପରାଜିତ ରହିଥିଲେ ।

୧୯ ତମ ଓଭର୍ ଅକ୍ଷର ପଟେଲକୁ ଦେଇ ସୂର୍ଯ୍ୟ ଏକ ବଡ ଭୁଲ କରିଥିଲେ। ଜିତିବା ପାଇଁ ଅଷ୍ଟ୍ରେଲିଆ ୧୨ ବଲରେ ୪୫ ରନ୍ ଆବଶ୍ୟକ କରକରୁଥିଲା। କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ ୧୯ତମ ଓଭର ଅକ୍ଷରଙ୍କୁ ଦେଇ ଏକ ବଡ ଭୁଲ କରିଥିଲେ।  କାରଣ ସେ ଖରାପ ବୋଲିଂ କରି ୬ ଟି ବଲରେ ୨୪ ରନ୍ ଦେଇ ଦେଇଥିଲେ। ଯାହା ପରେ ଅଷ୍ଟ୍ରେଲିଆ ଜିତିବା ପାଇଁ ୬ ଟି ବଲରେ ୨୧ ରନ୍ ଆବଶ୍ୟକ କରିଥିଲା। ସୂର୍ଯ୍ୟ ପ୍ରଶିଦ୍ଧ କୃଷ୍ଣଙ୍କୁ ୨୦ ତମ ଓଭର ଦେଇଥିଲେ। ସେ ମଧ୍ୟ ସାଧାରଣ ବୋଲିଂ କରିଥିଲେ ଏବଂ ଶେଷ ଓଭରରେ ଅଷ୍ଟ୍ରେଲିଆ ସହଜରେ ୨୧ ରନ୍ ସଂଗ୍ରହ କରିଥିଲା।