ଦେଖନ୍ତୁ ଭିଡିଓ: ବିରାଟଙ୍କ ଶତକ ପରେ ନିଜକୁ ସମ୍ଭାଳି ପାରିଲେନି ପତ୍ନୀ ଅନୁଷ୍କା, ସମସ୍ତଙ୍କ ସାମ୍ନାରେ କହିଦେଲେ ଏମିତି

 

ଅପରାଜେୟ ଭାରତ। ଚଳିତ ବିଶ୍ୱକପରେ ଲଗାତର ୧୦ ରୁ ୧୦ ମ୍ୟାଚ ଜିତି ନିଜ ରେକର୍ଡକୁ ଉନ୍ନତ କରିଛି । ୨୦୧୯ ବିଶ୍ୱକପ ଭଳି ଏଥର ସେମି-ଫାଇନାଲରେ ଝୁଣ୍ଟିନି ଭାରତ। ବୁଧବାର ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିଅମ୍ ଠାରେ ଖେଳାଯାଇ ଥିବା ସେମିରେ ନୁ୍ୟଜିଲ୍ୟାଣ୍ଡକୁ ୭୦ରନରେ ହରାଇ ଗତ ବିଶ୍ୱକପ୍ ସେମି ପରାଜୟର ପ୍ରତିଶୋଧ ନେଇଛି ଭାରତ। ବ୍ୟାଟିଂରେ ରୋହିତ ଶର୍ମା , ବିରାଟ କୋହଲି ଏବଂ ବୋଲିଂରେ ମହମ୍ମଦ ଶମୀଙ୍କ ବିଶ୍ୱ ରେକର୍ଡ କରିଛନ୍ତି।

ଏହି ମ୍ୟାଚ ଜିତିବାକୁ ହେଲେ ନ୍ୟୁଜିଲାଣ୍ଡକୁ ୩୯୮ରନର ଆବଶ୍ୟକତା ରହିଥିଲା। ହେଲେ ନ୍ୟୁଜିଲାଣ୍ଡ ୪୮.୫ ଓଭରରେ ସମସ୍ତ ୱିକେଟ ହରାଇ ୩୨୭ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଭରାତ ୭୦ ରନରେ ନ୍ୟୁଜିଲ୍ୟାଣ୍ଡ ଠାରୁ ମ୍ୟାଚ ଜିତିବା ସହ ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି। ମ୍ୟାଚରେ ବିରାଟ ଶତକୀୟ ଇନିଂସ ଖେଳି ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି।

ବିରାଟ କୋହଲିଙ୍କ ଏହି ସଫଳତା ଉପରେ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଖୁସିର କୌଣସି ସୀମା ନ ଥିଲା। ସେ ସୋସିଆଲ ମିଡିଆରେ ନିଜର ଭାବନା ପ୍ରକାଶ କରିଛନ୍ତି। ଯେତେବେଳେ ବିରାଟ ୫୦ ତମ ଶତକ ସ୍କୋର କରି ଇତିହାସ ରଚିଲେ, ସେତେବେଳେ ଅଭିନେତ୍ରୀ ଖୁସି ହୋଇ ତାଙ୍କୁ ଫ୍ଲାଇଙ୍ଗ୍ କିସ୍ (Fling kiss) ଦେଉଥିବା ଦେଖିବାକୁ ମିଳିଥିଲା। ଅନୁଷ୍କାଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅନୁଷ୍କା ଶର୍ମା ତାଙ୍କ ଇନଷ୍ଟାଗ୍ରାମ ଷ୍ଟାଟସରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏଥିରେ ସେ ବିରାଟ କୋହଲିଙ୍କୁ ଭଗବାନଙ୍କ ସନ୍ତାନ ବୋଲି ବର୍ଣ୍ଣନା କରିଛନ୍ତି। ଏହା ବ୍ୟତୀତ ସେ ବିରାଟଙ୍କ ପ୍ରଶଂସା କରି ସେ ଲେଖିଛନ୍ତି, ଭଗବାନ ହେଉଛନ୍ତି ଶ୍ରେଷ୍ଠ ସ୍କ୍ରିପ୍ଟ ଲେଖକ। ତୁମର ପ୍ରେମ ପାଇ ମୁଁ ବହୁତ କୃତଜ୍ଞ। ତୁମେ ଦିନକୁ ଦିନ ଶକ୍ତିଶାଳୀ ହେବା ଏବଂ ତୁମେ ଚାହୁଁଥିବା ସବୁକିଛି ହାସଲ କରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଆପଣ ସର୍ବଦା ନିଜ ଏବଂ ଖେଳ ସହିତ ସଚ୍ଚୋଟ ଥିଲେ। ପ୍ରକୃତରେ ତୁମେ ଈଶ୍ବରଙ୍କ ସନ୍ତାନ।