ଦେଖନ୍ତୁ ଭିଡ଼ିଓ: ଏବି ଡିଭିଲିଅର୍ସ ଆଉଟ ହେବାପରେ ରାଗିଗଲା ପୁଅ, ଏମିତି ରିଏକ୍ସନ ଦେଲା ଯେ ଭାଇରାଲ ହେଉଛି ଭିଡ଼ିଓ

 

ୟୁଏଇ ଠାରେ ଆଇପିଏଲର ଦ୍ଵିତୀୟ ପର୍ଯ୍ୟାୟର ମ୍ୟାଚ ଗୁଡିକ ଖେଳା ଯାଉଛି। ପ୍ରଥମ ପର୍ଯ୍ୟାୟ ପରି ଦ୍ଵିତୀୟରେ ମଧ୍ୟ ଦଳ ମାନଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ରବିବାର ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୁ ଭେଟିଥିଲା। ଏହି ମ୍ୟାଚକୁ ବେଙ୍ଗାଲୁରୁ ଏକ ତାରଫା ଭାବରେ ଜିତି ନେଇ ପ୍ଲେଅଫ୍ ଆଡ଼କୁ ଅଗ୍ରସର ହୋଇଛି।

ତେବେ, ମ୍ୟାଚ ସମୟରେ ଘଟିଥିବା ଏକ ମଜାଦାର ଘଟଣାର ଭିଡ଼ିଓ ବର୍ତ୍ତମାନ ଖୁବ ଭାଇରାଲ ହେଉଛି। ପ୍ରକୃତରେ ଆରସିବି ପକ୍ଷରୁ ବ୍ୟାଟିଂ କରିବା ପାଇଁ ଏବି. ଡିଭିଲିଅର୍ସ ପଡ଼ିଆକୁ ଓଲ୍ହାଇ ଥିଲେ। କିନ୍ତୁ, ସେ ଅଧିକ ସମୟ ତିଷ୍ଠିବା ଆଗରୁ ଯଶପ୍ରୀତ ବୁମରାଙ୍କର ଶିକାର ହୋଇଥିଲେ। ସେହି ସମୟରେ ଷ୍ଟାଡିଅମରେ ଡିଭିଲିଅର୍ସଙ୍କ ସ୍ତ୍ରୀ ଡାନିଏଲ ଏବଂ ପୁଅ ମଧ୍ୟ ଉପସ୍ଥିତ ଥିଲେ। ନିଜ ବାପାଙ୍କୁ ଆଉଟ ହେବାର ଦେଖି ଡିଭିଲିଅର୍ସଙ୍କ ପୁଅ ଚେୟାରକୁ ଜୋରରେ ମୁଥ ମାରିଥିଲେ, ଯାହାର ଭିଡ଼ିଓ ଏବେ ଖୁବ ଭାଇରାଲ ହେଉଛି।

ଦେଖନ୍ତୁ ଭିଡ଼ିଓ:-