ଅଢେଇ ବର୍ଷ ପରେ 71 ତମ ଶତକ ମାରିବା ପରେ କୋହଲି ଦେଲେ ଆଶ୍ଚର୍ଯ୍ୟଜନକ ବୟାନ, କହିଲେ ମୋ ଶତକ ପାଇଁ...

 

ଭାରତର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟର୍ ବିରାଟ କୋହଲି ପୁଣିଥରେ ଫର୍ମକୁ ଫେରିଛନ୍ତି। ଚଳିତ ଏସିଆ କପରେ ସେ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଦୀର୍ଘ ୨.୫ ବର୍ଷ ପରେ ଶତକ ହାସଲ କରିବାରେ ସଫଳ ହୋଇଛନ୍ତି। ଭାରତର ରନ୍ ମେସିନ୍ କୁହାଯାଉଥିବା ବିରାଟ ଦୀର୍ଘ ସମୟ ଧରି ଖରାପ ଫର୍ମ ଦେଇ ଗତି କରୁଥିଲେ। କିନ୍ତୁ, ଚଳିତ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି ଦୁଇଟି ଅର୍ଦ୍ଧଶତକ ଏବଂ ଏକ ଶତକ ହାସଲ କରିବାରେ ସଫଳ ହୋଇଛନ୍ତି।

ଗତକାଲି ଭାରତ ଆଫଗାନିସ୍ତାନ ବିପକ୍ଷରେ ନିଜର ଶେଷ ମ୍ୟାଚ ଖେଳିଥିଲା। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଓପନ କରିବାକୁ ଆସିଥିବା ବିରାଟ ଚମତ୍କାର ବ୍ୟାଟିଂ କରିଥିଲେ। ସେ ୧୨୨ କରି ଅପରାଜିତ ରହିଥିବା ବେଳେ ସେଥିମଧ୍ୟରେ ୧୨ଟି ଚୌକା ଏବଂ ୬ଟି ଛକା ସାମିଲ ରହିଥିଲା। ଶତକ ହାସଲ କରିବା ପରେ ବିରାଟ ବେକରେ ପିନ୍ଧିଥିବା ରିଙ୍ଗକୁ କିସ୍ କରିଥିଲେ। ପରେ ସେ ଏହି ଶତକ ପତ୍ନୀ ଅନୁଷ୍କା ଏବଂ ଝିଅ ଭାମୀକାଙ୍କୁ ସମର୍ପି ଥିବା କହିଥିଲେ। <a href=https://youtube.com/embed/A1BJciVhrA0?autoplay=1><img src=https://img.youtube.com/vi/A1BJciVhrA0/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="750"> ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିରାଟ ଗତ ୮୩ ଇନିଂସ ଏବଂ ୧୦୨୦ ଦିନ ମଧ୍ୟରେ ବିରାଟ କୌଣସି ଫର୍ମାଟରେ ଶତକ ହାସଲ କରି ପାରିନଥିଲେ। ଗତକାଲି ସେ ତାଙ୍କ ଟି-୨୦ କ୍ୟାରିଆର୍ ର ପ୍ରଥମ ଶତକ ହାସଲ କରିଥିଲେ। ଏପରିକି ତାଙ୍କର ବହୁ ପ୍ରତିକ୍ଷିତ ୭୧ ତମ ଶତକ ସବୁଠାରୁ ଛୋଟ ଫର୍ମାଟରେ ଆସିବ ବୋଲି ସେ କଦାପି ଭାବିନଥିବା ବିରାଟ କହିଛନ୍ତି।