ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ: ଦଳରୁ ବାଦ୍ ପଡିଲେ କୋହଲି, ଦେଖନ୍ତୁ ପୂରା ଦଳ

 

ଆଗାମୀ ଜୁଲାଇ ୨୯ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ୫ଟି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ରୋହିତ ଶର୍ମା ଅଧିନାୟକ ଭାବରେ ଦାୟିତ୍ୱ ନେଉଥିବା ବେଳେ ଭେଟେରାନ ବ୍ୟାଟର ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି।

କେବଳ ବିରାଟ କୋହଲି ନୁହେଁ ବରଂ ପ୍ରମୁଖ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି। ଅନ୍ୟପକ୍ଷରେ ଏହି ଦଳରେ କେ.ଏଲ ରାହୁଲ ଏବଂ କୂଳଦୀପ ଯାଦବଙ୍କୁ ମଧ୍ୟ ସାମିଲ କରାଯାଇଛି। କିନ୍ତୁ, ଫିଟନେସ୍ ପରୀକ୍ଷା ପରେ ହିଁ ଏହି ଦୁଇ ଜଣଙ୍କୁ ଚୂଡାନ୍ତ ଦଳରେ ସାମିଲ କରାଯିବ ବୋଲି କୁହାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଆହତ ହୋଇଥିବା ରାହୁଲ ଜର୍ମାନୀରୁ ଚିକିତ୍ସିତ ହୋଇ ସ୍ବଦେଶ ଫେରିଛନ୍ତି।