ଭାରତ ଠାରୁ ପାକିସ୍ତାନ ହାରିବା ପରେ ରାଗିଲେ ସୋହେବ୍ ଅଖତର୍! କହିଲେ, ମୁଁ ବାରମ୍ବାର କହି ଆସିଛି କି...

 

ଚିର ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ହରାଇ ଚଳିତ ଏସିଆ କପରେ ପ୍ରଥମ ବିଜୟ ହାସଲ କରିଛି ଭାରତ। ଭାରତର ବୋଲରଙ୍କ ଶାଣିତ ବୋଲିଂ ଏବଂ ହାର୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ଏହି ସଫଳତା ହାସଲ କରିଛି। ତେବେ, ଭାରତ ଠାରୁ ମ୍ୟାଚ ହାରିବା ପରେ ଏହାକୁ ସହଜରେ ଗ୍ରହଣ କରି ପାରିନାହାଁନ୍ତି ପୂର୍ବତନ କ୍ରିକେଟର ସୋହେବ ଅଖତର୍। କେବଳ ଏତିକି ନୁହେଁ ସେ ଉଭୟ ଟିମର ଚୟନ ପ୍ରକ୍ରିୟା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

 ମ୍ୟାଚ ସରିବା ପରେ ଅଖତର୍ ନିଜ ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ଏପରି କଥା କହିଛନ୍ତି। ଦୁର୍ବଳ ବ୍ୟାଟିଂ ଏବଂ ଖେଳାଳି ଚୟନ କରିବାରେ ଭୁଲ ପାଇଁ ପାକିସ୍ତାନ ମ୍ୟାଚ ହାରିଥିବା ସେ ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁଯାଇ ଫକର୍ ଜମାନଙ୍କ ବଦଳରେ ବାବର୍ ଆଜମ ଓପନିଂ ବ୍ୟାଟିଂ କରିବା ହିଁ ସବୁଠାରୁ ବଡ଼ ଭୁଲ ଥିଲା। ପାୱାର୍ ପ୍ଲେ ସମୟରେ ୧୯ଟି ଡଟ୍ ବଲ୍ ଖେଳିବା ସବୁଠାରୁ ବଡ଼ ଭୁଲ ଥିବା ବୋଲି ସେ କହିଛନ୍ତି। <a href=https://youtube.com/embed/qAgeB9FyNqA?autoplay=1><img src=https://img.youtube.com/vi/qAgeB9FyNqA/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="750"> ଭାରତୀୟ ଟିମ୍ ଚୟନ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି ସୋହେବ୍। ଭାରତୀୟ ଚୂଡାନ୍ତ ଏକାଦଶରେ ଋଷବ ପନ୍ତଙ୍କୁ ନ ଖେଳାଇବାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା କଣ ପାଇଁ ୪ ନଂରେ ବ୍ୟାଟିଂ କରିବାକୁ ଆସିଥିଲେ ସେଥିନେଇ ସେ ପ୍ରଶ୍ନ କରିଛନ୍ତି। ଉଭୟ ଦଳ ଏହି ମ୍ୟାଚ ଜିତିବା ପାଇଁ ନୁହେଁ ବରଂ ହରିବା ପାଇଁ ଖେଳୁଥିବା ସେ କହିଛନ୍ତି।