ଦେଖନ୍ତୁ ଭିଡ଼ିଓ: ରୋହିତ ଶର୍ମାଙ୍କ ଛକାରେ ଆହତ ହେଲା ଏହି କୁନି ଝିଅଟି, ଆଉ ତାପରେ ଘଟିଲା କିଛି ଏମିତି

 

ଗତକାଲି ଇଂଲଣ୍ଡ ବିପକ୍ଷରେ ଖେଳା ଯାଇଥିବା ପ୍ରଥମ ଏକଦିବସୀୟ ମ୍ୟାଚରେ ୧୦ ୱିକେଟରେ ଭାରତ ବିଜୟ ଲାଭ କରିଛି। ପ୍ରମୁଖ ବୋଲର ଯଶପ୍ରୀତ ବୁମ୍ରାଙ୍କର ୬ ୱିକେଟ ଏବଂ ପରିଶେଷରେ ଅଧିନାୟକ ରୋହିତ ଶର୍ମାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଭାରତ ଏହି ସହଜ ବିଜୟ ହାସଲ କରିଛି। ତେବେ, ଭାରତୀୟ ଇନିଂସ ସମୟରେ କିଛି ଏପରି ଘଟିଥିଲା ଯେଉଁଥିପାଇଁ ଖେଳକୁ କିଛି ସମୟ ପାଇଁ ସ୍ଥଗିତ ରଖିବାକୁ ପଡିଥିଲା।

 ପ୍ରକୃତରେ ଭାରତୀୟ ଇନିଂସର ପଞ୍ଚମ ଓଭରରେ ରୋହିତ ଶର୍ମା ଡେଭିଡ଼ ୱିଲିଙ୍କ ବଲରେ ଏକ ବିଶାଳ ଛକା ମାରିଥିଲେ। ତେବେ, ବଲଟି ସିଧା ଯାଇ ଷ୍ଟାଣ୍ଡରେ ବସିଥିବା ଏକ ଝିଅ ଦେହରେ ବାଜିଥିଲା। ଏହା ଦେଖି ଇଂଲଣ୍ଡ ଖେଳାଳିମାନେ କିଛି ସମୟ ପାଇଁ ଖେଳ ସ୍ଥଗିତ ରଖିଥିଲେ। ଏପରିକି ଇଂଲଣ୍ଡ ଦଳର ଫିଜିଓ ମଧ୍ୟ ଚିକିତ୍ସା କରାଇବା ପାଇଁ ଝିଅଟି ପାଖକୁ ଦୌଡ଼ି ଯାଇଥିଲେ। <a href=https://youtube.com/embed/lFstwuy1084?autoplay=1><img src=https://img.youtube.com/vi/lFstwuy1084/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="750"> ମ୍ୟାଚ କଥା କହିବାକୁ ଗଲେ ଗତକାଲି ଭାରତ ଟସ୍ ଜିତି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତିକୁ ସଠିକ ସାବ୍ୟସ୍ତ କରି ଭାରତ ଇଂଲଣ୍ଡ ଦଳକୁ ମାତ୍ର ୧୧୦ ରନରେ ଅଲଆଉଟ କରି ଦେଇଥିଲା। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ସର୍ବାଧିକ ୬ ୱିକେଟ ଏବଂ ମହମ୍ମଦ ସାମୀ ୩ଟି ୱିକେଟ ଅକ୍ତିଆର କରିଥିଲେ। ସହଜ ଲକ୍ଷକୁ ପିଛା କରୁଥିବା ଭାରତୀୟ ଦଳ ରୋହିତ ଶର୍ମା ଏବଂ ଶିଖର ଧାୱନଙ୍କ ଦୃଡ଼ ବ୍ୟାଟିଂ ସାହାଯ୍ୟରେ ମ୍ୟାଚ ଜିତି ନେଇଥିଲା।