ପାକିସ୍ତାନ ଠାରୁ ହାରିବା ପରେ କାରଣ କହିଲେ ରୋହିତ ଶର୍ମା, କହିଲେ ଏହି ଗୋଟେ କାରଣ ପାଇଁ ହାରିଗଲୁ ମ୍ୟାଚ୍

 

ଚଳିତ ଏସିଆ କପ୍ ପ୍ରତିଯୋଗିତାର ସୁପର-୪ ଷ୍ଟେଜରେ ଦ୍ଵିତୀୟ ଥର ପାଇଁ ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚରେ ପାକିସ୍ତାନ ୬ ୱିକେଟରେ ଭାରତକୁ ହରାଇ ଲିଗ୍ ମ୍ୟାଚର ବଦଲା ନେବାରେ ସଫଳ ହୋଇଛି। ପାକିସ୍ତାନ ବିପକ୍ଷ ମ୍ୟାଚ ହାରିବା ପରେ ଅଧିନାୟକ ରୋହିତ ଶର୍ମା ନିରାଶ ଜଣାପଡୁଥିଲେ। ସାମ୍ବାଦିକ ସମ୍ମିଳନୀରେ ସେ ଏହାର କାରଣ ମଧ୍ୟ ଦର୍ଶାଇଛନ୍ତି।

ପାକିସ୍ତାନ ଭଲ କ୍ରିକେଟ ଖେଳିବା ସହିତ ଭାରତ ଗୁରୁତ୍ୱପୂର୍ଣ୍ଣ ସମୟରେ ୱିକେଟ୍ ହରାଇବା କାରଣରୁ ଦଳ ମ୍ୟାଚ ହାରିଥିବା ସେ ଦର୍ଶାଇଛନ୍ତି। ମହମ୍ମଦ ରିଜୱାନ୍ ଏବଂ ମହମ୍ମଦ ନୱାଜ ଭଲ ଇନିଂସ ଖେଳୁଥିବା ବେଳେ ମଧ୍ୟ ବିଜୟ ଆଶା ରହିଥିଲା। କିନ୍ତୁ, ଏହି ଯୋଡି ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜରେ ରହିବାରୁ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଲା ବୋଲି ରୋହିତ କହିଛନ୍ତି।

 ଦ୍ଵିତୀୟ ଇନିଂସରେ ପିଚ୍ ବ୍ୟାଟର୍ ମାନଙ୍କୁ ସହାୟତା କରିବା ଆରମ୍ଭ କରିଥିଲେ ହେଁ ୧୮୦ରୁ ଉର୍ଦ୍ଧ ରନ୍ ଚେଜ୍ କରିବାକୁ ଭଲ ବ୍ୟାଟିଂ କରିବାକୁ ପଡିଥାଏ। ପାକିସ୍ତାନ ଭଲ ବ୍ୟାଟିଂ ପ୍ରଦର୍ଶନ କରି ଏହି ମ୍ୟାଚ ଜିତିଛି ବୋଲି ରୋହିତ କହିଛନ୍ତି। ଏହା ବ୍ୟତୀତ ସେ ବିରାଟ କୋହଲିଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ଭାରତ ବର୍ତ୍ତମାନ ଆକ୍ରମଣାତ୍ମକ କ୍ରିକେଟ ଖେଳୁଥିବା ବେଳେ ଏଥିରେ ସବୁବେଳେ ଠିକ୍ ଫଳ ମିଳିନଥାଏ ବୋଲି ସେ କହିଛନ୍ତି।