ଭାରତୀୟ ଦଳକୁ ବଡ଼ ଝଟକା! ଏହି କାରଣରୁ ଏସିଆ କପରୁ ବାହାରିଲେ ରବୀନ୍ଦ୍ର ଜାଡେଜା, ସାମିଲ ହେଲେ ଏହି ଖେଳାଳି….

 

ପାକିସ୍ତାନ ଏବଂ ହଂକଂ ବିପକ୍ଷରେ ପ୍ରଥମ ଦୁଇଟି ଲିଗ୍ ମ୍ୟାଚ ଜିତିବା ପରେ ଚଳିତ ଏସିଆ କପ୍ ପ୍ରତିଯୋଗିତାର ସୁପର ଫୋର୍ ମଧ୍ୟକୁ ପ୍ରବେଶ କରିଛି ଭାରତୀୟ ଦଳ। ଆଗାମୀ ରବିବାର ଭାରତ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଥିବା ବେଳେ ଆଘାତ ଜନିତ ସମସ୍ୟାକୁ ନେଇ ଦଳକୁ ବଡ଼ ଝଟକା ଲାଗିଛି। ଭାରତର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଘାତ ଜନିତ ସମସ୍ୟା ହେତୁ ଏସିଆ କପରୁ ବାଦ୍ ପଡ଼ିଛନ୍ତି।

ଆଣ୍ଠୁରେ ଆଘାତ ଜନିତ ସମସ୍ୟା ପାଇଁ ଜାଡେଜା ପୁରା ପ୍ରତିଯୋଗିତାରୁ ବାଦ୍ ପଡିଥିବା ଜଣାପଡ଼ିଛି। ବିସିସିଆଇ ତରଫରୁ ଏଥିନେଇ ଏକ ଟ୍ୱିଟ କରାଯାଇ ସୂଚନା ଦିଆଯାଇଛି। ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଦଳରେ ସାମିଲ କରାଯାଇଛି। ଅକ୍ଷର ପଟେଲ ଖୁବଶୀଘ୍ର ୟୁଏଇ ପହଞ୍ଚି ଦଳ ସହିତ ଯୋଗ ଦେବେ ବୋଲି ସୂଚନା ମିଳିଛି।