IPL ଅକ୍ସନର ୫ ଜଣ ଚର୍ଚ୍ଚିତ ଖେଳାଳି, କିନ୍ତୁ ସେମାନଙ୍କୁ କେହି ବି କିଣିବେନି, ୫ ନମ୍ବରଙ୍କ ନାମ ଜାଣି ହେବେ ଆଶ୍ଚର୍ଯ୍ୟ

 

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଅର୍ଥାତ୍ ଆଇପିଏଲ୍ 2025 ର 18 ତମ ସିଜନ୍ ପାଇଁ ବାଜିଲା ବିଗୁଲ୍ । 18 ତମ ସିଜନର ମେଗା ନିଲାମ ଦୁଇ ଦିନ ପରେ ହେବ । ଆଇପିଏଲ୍ 2025 ର ମେଗା ନିଲାମ 24 ଏବଂ 25 ନଭେମ୍ବରରେ ସାଉଦି ଆରବର ଜେଡ୍ଡା ଠାରେ ଅନୁଷ୍ଠିତ ହେବ । ଆଇପିଏଲ୍ 2025 ର ମେଗା ନିଲାମ ପାଇଁ ମୋଟ 574 ଖେଳାଳିଙ୍କୁ ଚୟନ କରାଯାଇଛି । ଏଥିରେ 366 ଭାରତୀୟ ଏବଂ 208 ବିଦେଶୀ ଖେଳାଳିଙ୍କ ନାଁ ରହିଛି । ହେଲେ ନିଲାମରେ ମାତ୍ର 104 ଖେଳାଳି ବିକ୍ରି ହୋଇପାରିବେ ଅବଶିଷ୍ଟ ଖେଳାଳୀ ଅନସୋଲ୍ଡ ହୋଇ ରହିଯିବେ । ଏହା ପୂର୍ବରୁ ସମସ୍ତ ଦଳ ସେମାନଙ୍କ ଖେଳାଳିଙ୍କ ତାଲିକା ପ୍ରକାଶ କରି ସାରିଛି ।

ଅନେକ ବଡ ବଡ ଚେହେରାଙ୍କୁ ନିଲାମୀରେ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳିବ । ତେବେ ଏଥର ସମସ୍ତଙ୍କ ନଜର ରହିଛି ଚେନ୍ନାଇ ସୁପର୍ କିଙ୍ଗସ୍, ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଫ୍ରାଞ୍ଚାଇଜ ଉପରେ।  ଅନେକ ବଡ ବଡ ଖେଳାଳିଙ୍କୁ ଟିମ୍‌ମାନେ ରିଟେନ୍ କରିନେଇଛନ୍ତି । ଆଉ ୨୪ ଓ ୨୫ ତାରିଖରେ ହେବାକୁ ଥିବା ନିଲାମୀ ପ୍ରକ୍ରିୟାରେ ଅନେକ ଖେଳାଳିଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ତେବେ ଏମିତି ବି କିଛି ବଡ ଖେଳାଳି ଅଛନ୍ତି ଯେଉଁମାନଙ୍କୁ ଏଥର କୌଣସି ବି ଫ୍ରାଞ୍ଚାଇଜ୍ କିଣିବା ଭଳି ମନେ ହେଉନାହିଁ । ଏମିତି ବଡ ବଡ ଖେଳାଳି ଯେଉଁମାନେ ବି ଅନ୍ତର୍ଜାତୀୟ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଛନ୍ତି, ସେମାନଙ୍କୁ କୌଣସି ଦଳ କିଣିନପାରନ୍ତି ।

କାମେରୁନ ଗ୍ରୀନ୍: ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର କାମେରୁନ୍ ଗ୍ରୀନ୍ ଅନେକ ଅନ୍ତର୍ଜାତୀୟ ମୁକାବିଲାରେ ନିଜର ପରାକାଷ୍ଠା ଦେଖାଇ ସାରିଛନ୍ତି । ନିଜର ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଅନେକ ମ୍ୟାଚ୍ ବି ଜିତାଇଛନ୍ତି । IPLରେ ସେ ବେଙ୍ଗାଲୁରୁ ଟିମ୍‌ର ସଦସ୍ୟ ଥିଲେ କିନ୍ତୁ ଏଥର କାମେରୁନ୍ ଗ୍ରୀନଙ୍କୁ ଦଳ ରିଟେନ୍ କରିନାହିଁ । କାରଣ ସେ ଅସୁସ୍ଥ ଅଛନ୍ତି । ଆଉ ୬ ମାସ କ୍ରିକେଟ ଖେଳିପାରିବେ ନାହିଁ ।

ବେନ୍ ଷ୍ଟୋକସ୍: ଇଂଲଣ୍ଡର ଟେଷ୍ଟ ଅଧିନାୟକ ବେନ୍ ଷ୍ଟୋକସ ୨୦୨୩ରେ ଶେଷ ଥର ପାଇଁ CSK ତରଫରୁ ଖେଳିଥିଲେ । କିନ୍ତୁ ଏଥର ବେନ୍ ଷ୍ଟୋକସଙ୍କୁ କୌଣସି ଫ୍ରାଞ୍ଚାଇଜ୍‌ କିଣିବା ସମ୍ଭାବନା କମ୍‌ ।

ଜୋଫ୍ରା ଆର୍ଚର: ଇଂଲଣ୍ଡର ଷ୍ଟାର ବୋଲର ଜୋଫ୍ରା ଆର୍ଚର ଗତ ୩ ବର୍ଷ ହେଲା କ୍ରିକେଟ ଖେଳିନାହାନ୍ତି । ୨୦୨୩ରେ ସେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ମାତ୍ର ୫ ଟି ମ୍ୟାଚ୍ ଖେଳିଥିଲେ । କିନ୍ତୁ ଏଥର ତାଙ୍କୁ କୌଣସି ଫ୍ରାଞ୍ଚାଇଜ୍ କିଣିବା ସମ୍ଭାବନା ନଥିବା କୁହାଯାଉଛି ।

ଜେସନ୍ ରୟ: ଶେଷ ଥର ପାଇଁ ୨୦୨୩ରେ କୋଲକାତା ନାଇଟ୍‌ ରାଇଡର୍ସ (KKR) ପକ୍ଷରୁ ଖେଳିଥିଲେ । ସେ ଆହୁରି ଅନେକ IPL ଟିମ୍ ସହିତ ଖେଳିଛନ୍ତି । କିନ୍ତୁ ସେ ବ୍ୟକ୍ତିଗତ କାରଣ ପାଇଁ ୨୦୨୪ ଆଇପିଏଲ୍‌ରୁ ନିଜକୁ ଦୂରେଇ ଦେଇଛନ୍ତି ।

ସୌରଭ ନେତ୍ରାଓ୍ବଲକର: ଆମେରିକାର ଉଦୀୟମାନ କ୍ରିକେଟର ସୌରଭ ନେତ୍ରାଓ୍ବଲକର ଖୁବ ଚର୍ଚ୍ଚାରେ ଅଛନ୍ତି । ବାମ ହାତୀ ଦ୍ରୁତ ବୋଲର ସୌରଭ ୨୦୨୪ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ରେ ଦମଦାର ପ୍ରଦର୍ଶନ କରିଥିଲେ । ତାଙ୍କୁ IPLରେ ସର୍ଟଲିଷ୍ଟ କରାଯିବା ନେଇ ଚର୍ଚ୍ଚା ହେଉଥିଲା କିନ୍ତୁ ତାଙ୍କୁ ସର୍ଟଲିଷ୍ଟ କରାଯାଇ ନାହିଁ ।