ଭାରତର ବିଶ୍ୱକପ ଜିତିବାର ଆଶାକୁ ଭାଙ୍ଗିଦେଲେ ଏହି ୩ ଖେଳାଳି, ସେମାନଙ୍କୁ ଦଳରେ ସାମିଲ କରି ଫସିଗଲେ କ୍ୟାପଟେନ କୋହଲି

 

ଚଳିତବର୍ଷ ୟୁଏଇ ଠାରେ ଆୟୋଜିତ ହୋଇଥିବା ଟି-୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତ ଏଥିରେ ଟାଇଟେଲ ଫେଭରାଇଟ ଭାବରେ ଅଂଶଗ୍ରହଣ କରିଥିଲା। ଅନେକ କ୍ରିକେଟ ସମୀକ୍ଷକ ଏବଂ କ୍ରିକେଟ ପ୍ରେମୀ ଭାରତ ବିଶ୍ୱକପ ଜିତିବ ବୋଲି ପୂର୍ବାନୁମାନ କରିଥିଲେ ହେଁ ଟିମ୍ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିବାରେ ଅସମର୍ଥ ରହିଛି। ଏଥିସହିତ ବିରାଟ କୋହଲି ମଧ୍ୟ ଟି-୨୦ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ତେବେ, ବିଶ୍ୱକପରେ କୋହଲି ଏପରି କିଛି ଖେଳାଳିଙ୍କ ଚୟନ କରିଥିଲେ, ଯାହାଙ୍କ ପାଇଁ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।

୧. ଭୁବନେଶ୍ୱର କୁମାର:- ଭାରତୀୟ କ୍ରିକେଟ ଦଳର ସ୍ୱିଙ୍ଗ କିଙ୍ଗ କୁହାଯାଉଥିବା ଭୁବନେଶ୍ୱର କୁମାର ଦୀର୍ଘଦିନ ଧରି ଆଘାତଜନିତ ସମସ୍ୟା ସହିତ ଲଢ଼ି ଆସୁଥିଲେ। ବିଶ୍ୱକପ ସମୟରେ ତାଙ୍କ ବୋଲିଂ ରେ ପୂର୍ବଭଳି ଚମକ ନଜ଼ର ଆସିନଥିଲା। ତଥାପି ତାଙ୍କୁ ବିଶ୍ୱକପରେ କଣ ପାଇଁ ଦଳରେ ରଖା ଯାଇଥିଲା ତାହା ଏକ ବଡ଼ ପ୍ରଶ୍ନ ଅଟେ।

୨. ହାର୍ଦ୍ଦିକ ପାଣ୍ଡ୍ୟା:- ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପ୍ରତ୍ୟାବର୍ତ୍ତନ ପରେ ସେପରି ଭଲ ଫର୍ମ ବଜାୟ ରଖି ପାରିନଥିଲେ। ଏପରିକି ଦୀର୍ଘ ସମୟ ଧରି ସେ ବୋଲିଂ କରୁନଥିଲେ ହେଁ ତାଙ୍କୁ କିପରି ଭାବରେ ଟିମରେ ରଖା ଯାଇଥିଲା ତାହା ଏକ ବଡ଼ ପ୍ରଶ୍ନ ଅଟେ।

୩. ବରୁନ ଚକ୍ରବର୍ତ୍ତି:- ଭାରତର ମିଷ୍ଟ୍ରି ସ୍ପିନର କୁହାଯାଉଥିବା ବରୁନ ଚକ୍ରବର୍ତ୍ତିଙ୍କୁ ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ଖେଳା ଯାଇଥିଲା କିନ୍ତୁ, ବରୁନ ସେପରି କିଛି ଭଲ ପ୍ରଦର୍ଶନ କରି ପାରିନଥିଲେ। ପ୍ରଥମ ଦୁଇଟି ମ୍ୟାଚରେ ସେ କୌଣସି ୱିକେଟ୍ ନେଇ ପାରିନଥିଲେ। ଫଳରେ ଭାରତ ସେ ମ୍ୟାଚ ଦୁଇଟି ପରାଜୟ ବରଣ କରିଥିଲା।