ପୁରୁଣା ମୋବାଇଲ ଫିଙ୍ଗି ଦେଉଛନ୍ତି କି? ସ୍ମାର୍ଟଫୋନରେ ରହିଥାଏ ଶୁଦ୍ଧ ସୁନା, ପୁରୁଣା ଫୋନରୁ ଏମିତି ବାହାର କରନ୍ତୁ ସୁନା

 

ଆଜିର ସମୟରେ ଆମ୍ଭେମାନଙ୍କ ପାଇଁ ମୋବାଇଲ ଫୋନ ଅତି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଯୋଗାଯୋଗ କରିବା ଅତି ସହଜ ହୋଇପଡିଥିବା ବେଳେ ସ୍ମାର୍ଟଫୋନ ଦ୍ୱାରା ଆମେ ଇଣ୍ଟରନେଟ ମଧ୍ୟ ବ୍ୟବହାର କରିପାରୁଛେ। ତେବେ, ମୋବାଇଲ ଫୋନ ପ୍ରସ୍ତୁତ କରିବାରେ ମଧ୍ୟ ସୁନା ବ୍ୟବହାର କରାଯାଇଥାଏ ବୋଲି ଆପଣ ଜାଣନ୍ତି କି? ଆଜ୍ଞା ହଁ, ମୋବାଇଲ ପ୍ରସ୍ତୁତ କରିବାରେ ସୁନା ବ୍ୟବହାର କରାଯାଇଥାଏ।

ସୁନା ଏକ ଭଲ କଣ୍ଡକ୍ଟର୍ ହୋଇଥିବା ହେତୁ ମୋବାଇଲ ପ୍ରସ୍ତୁତ କରିବା ସମୟରେ ଏହାର ବ୍ୟବହାର କରାଯାଇଥାଏ। ଫୋନରୁ ଯଦି ଆପଣ ଏହି ସୁନାକୁ ବାହାର କରନ୍ତି ତେବେ ୪୧ଟି ମୋବାଇଲରୁ ସୁନା ବାହାର କରିଲେ ଆପଣ ୧ ଗ୍ରାମ୍ ସୁନା ପାଇପାରିବେ। ମୋବାଇଲର ମଦରବୋର୍ଡରେ ଶୁଦ୍ଧ ସୁନାର ବ୍ୟବହାର କରାଯାଇଥାଏ।

ତେବେ, ଏହାକୁ ବାହାର କରିବାର ପ୍ରକ୍ରିୟା ମଧ୍ୟ ଅତ୍ୟନ୍ତ କଷ୍ଟସାଧ୍ୟ ଅଟେ। ଗୋଟିଏ ସ୍ମାର୍ଟଫୋନରେ ମାତ୍ର ୦.୦୩ ଗ୍ରାମର ସୁନା ବ୍ୟବହାର କରାଯାଇଥାଏ। ଏହା ବ୍ୟତୀତ କିଛି ପରିମାଣର ଚାନ୍ଦି ମଧ୍ୟ ବ୍ୟବହାର କରାଯାଇଥାଏ। ପ୍ରଥମତଃ ଫୋନର କେଉଁ ସ୍ଥାନରେ ସୁନା ଲାଗିଛି ତାହା ସ୍ପଟ୍ କରିବା ମୁସ୍କିଲ୍ ହୋଇଥାଏ। ଏହା ପରେ ଉଚ୍ଚ ତାପମାତ୍ରା ବ୍ୟବହାର କରି ସୁନାକୁ ଜଳାଇ କିମ୍ବା ସାଇନାଇଡ୍ ଲିଞ୍ଚିଂ ରସାୟନ ମାଧ୍ୟମରେ ଏହି ସୁନାକୁ ଆପଣ ପାଇ ପାରିବେ। ତେବେ, ଏହି ପ୍ରକ୍ରିୟା ଅତ୍ୟନ୍ତ କଷ୍ଟସାଧ୍ୟ ଏବଂ ବିଷାକ୍ତ ଅଟେ।