ମୋଦୀ ସରକାର ଦେଉଛନ୍ତି ୨୫ ହଜାର ଟଙ୍କା, ଏଥିରେ ଭାଗ ନେଇ ଘରେ ବସି ପାଇବେ ଟଙ୍କା, ଜାଣନ୍ତୁ ପୁରା ଖବର
ପ୍ରତିଯୋଗିତାରେ ଭାଗ ନିଅନ୍ତୁ ଓ ସରକାରଙ୍କ ଠାରୁ ୨୫ ହଜାର ଟଙ୍କା ପାଆନ୍ତୁ । ହଁ ତେବେ ଆପଣ ବି ଚାହିଁଲେ ସରକାରଙ୍କ ଠାରୁ ମାଗଣାରେ ପାଇ ପାରିବେ ୨୫ ହଜାର ଟଙ୍କା । ତେବେ ଜାଣନ୍ତୁ କିପରି ଓ କାହିଁକି ଆପଣ ଏହି ଟଙ୍କା ସରକାରଙ୍କ ଠାରୁ ପାଇବେ ।
ସଂପୂର୍ଣ୍ଣ ବିବରଣୀ....
ମୋଦି ସରକାରଙ୍କ ଦ୍ୱାରା ଏ ନେଇ ଏକ ନୂତନ ନିୟମ ଜାରି କାରା ଯାଇଛି । ଏହି ନୂତନ ନିୟମରେ ଭାଗ ନେଇ ଆପଣ ସରକାରଙ୍କ ଠାରୁ ଏକ ମୋଟା ରାଶି ପାଇ ପାରିବେ । ଆସନ୍ତୁ ଜାଣିବା କିପରି ।
Follow our WhatsApp channel and get all the Latest news
କେନ୍ଦ୍ର ସରକାରଙ୍କ ଦ୍ୱାରା ହେଉଥିବା ମାଇଗାଉ ପ୍ରତିଯୋଗିତାରେ ଆପଣ ଯଦି ଭାଗ ନେଉଛନ୍ତି ତେବେ ଆପଣ ବି ଜିତି ପାରିବେ ଏହି ରାଶି । ତେବେ ଜାଣନ୍ତୁ ଏହି ପ୍ରତିଯୋଗିତା କଣ ?
ଜାତୀୟ ଡ୍ୟାମ ସୁରକ୍ଷା ପ୍ରାଧିକରଣ ପାଇଁ ମୋଦି ସରକାର ଏକ ଲୋଗୋ ଡିଜାଇନ୍ ପ୍ରତିଯୋଗିତା କରୁଛନ୍ତି । ଯଦି ଆପଣ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି ଓ ବିଜେତା ଘୋଷିତ ହେଉଛନ୍ତି ତେବେ ଖୋଲିଜିବ ଆପଣଙ୍କ ଭାଗ୍ୟ । ଏଥିରେ ଆପଣଙ୍କୁ ଏକ ଲୋଗୋ ଡିଜାଇନ୍ କରିବାକୁ ପଡ଼ିବ । ତେବେ ଜାଣନ୍ତୁ ଏହି ପ୍ରତିଯୋଗିତା କାହିଁକି କରା ଯାଉଛି ।
ଭାରତର ଜନ ସମ୍ପଦ ବିଭାଗର ଜାତୀୟ ଡ୍ୟାମ ସୁରକ୍ଷା ପ୍ରାଧିକରଣ ଏକ ମୁଖ୍ୟ ସମସ୍ୟା ପାଲଟିଛି । ତେଣୁ ଆପଣ ମାଇଗାଉ ସହଯୋଗରେ ଏକ ଲୋଗୋ ଡିଜାଇନ୍ କରିବେ । ଏହାର ଉଦ୍ଦେଶ୍ୟ ହେଉଛି ଡ୍ୟାମ୍ ସୁରକ୍ଷା ନିମନ୍ତେ ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ।
ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ଲୋଗୋ ?
ଏହି ଲୋଗୋ ବ୍ୟବହାର ଯୋଗ୍ୟ ହୋଇଥିବା ଦରକାର । ଏଥିରେ ଆପଣ କୌଣସି ୱାଟର ମାର୍କ ରଖି ପାରିବେ ନାହିଁ । ଏହା ଏକ ବିସ୍ତାରିତ ଫର୍ମାଟରେ ରହିବା ଉଚିତ୍ । ଯାହା ସର୍ବ ସାଧାରଣରେ ଗ୍ରହଣ ଯୋଗ୍ୟ ହେଉଥିବ । ଅଧିକ ସୂଚନା ନିମନ୍ତେ ସରକାରଙ୍କ ୱେବ୍ ସାଇଟ୍ କୁ ଭିଜିଟ କରନ୍ତୁ ।