ଏହି ଷ୍ଟାର ଲେଖିକା ନିଜର ଯୌନାଙ୍ଗ ପସନ୍ଦ ନ ଆସିବାରୁ ତାକୁ ବାର୍ବୀ ଡଲର ରୂପ ଦେବାକୁ କଲେ ଅପରେସନ, ଅବସ୍ଥା ଏମିତି ହେଲା ଯେ...

 

ଶରୀରର ଅଙ୍ଗ ଗୁଡ଼ିକ ଆମପାଇଁ ଭଗବାନଙ୍କର ଦାନ ସଦୃଶ ଅଟେ। କିନ୍ତୁ, ନିଜ ଯୌନାଙ୍ଗ ପସନ୍ଦ ନ ଆସିବାରୁ ଏହାକୁ ବାର୍ବୀ ଡଲର ରୂପ ଦେବାକୁ ଚେଷ୍ଟା କରିଛନ୍ତି ଜଣେ ମହିଳା। କଥାଟି ଶୁଣିବାକୁ ଅବିଶ୍ୱସନୀୟ ଲାଗୁଥିଲେ ହେଁ "ଦ ବ୍ୟାଡ଼ ଗାର୍ଲ ଗାଇଡ଼ ଟୁ ୱେଟ" ର ଲେଖିକା କେସି ବେରୋଶ ଏହିଭଳି ଏକ ଅଜବ ନିଷ୍ପତ୍ତି ନେଇଥିଲେ। କିନ୍ତୁ, ଏହି ନିଷ୍ପତ୍ତି ପାଇଁ ବର୍ତ୍ତମାନ ତାଙ୍କୁ ପସ୍ତାଇବାକୁ ପଡ଼ିଛି।

କେସିଙ୍କୁ ତାଙ୍କର ଯୌନାଙ୍ଗ ପସନ୍ଦ ଅସୁନଥିଲା ତେଣୁ ସେ ଲୋବିଆପ୍ଲାସ୍ଟି ମାଧ୍ୟମରେ ଏହାକୁ ବାର୍ବୀ ଡଲର ରୂପ ଦେବାକୁ ଚେଷ୍ଟା କରିଥିଲେ। ପ୍ରକୃତରେ ସେ ଲୋବିଆପ୍ଲାସ୍ଟି ଉପରେ ଏକ ଡକୁମେଣ୍ଟାରୀ ଦେଖିଥିଲେ, ଯେଉଁଥିରୁ ପ୍ରେରଣା ନେଇ ସେ ଏପରି କରିଥିଲେ। ଅପରେସନ ପୂର୍ବରୁ କେସି ଅନେକ ସର୍ଜନଙ୍କ ରାୟ ମାଗିବା ସହ ଡକୁମେଣ୍ଟାରୀରେ ଦେଖାଯାଇଥିବା ଡାକ୍ତରଙ୍କ ବୁକିଂ ମଧ୍ୟ ନେଇଥିଲେ।

୨ ଟି ସନ୍ତାନର ଜନନୀ କେସି ଅସ୍ତ୍ରୋପଚାର ପରେ ତାଙ୍କର କନଫିଡେନ୍ସ ବଢିବା ସହିତ ଉନ୍ନତ ଅନୁଭବ କରିବେ ବୋଲି ଆଶା କରିଥିଲେ। କିନ୍ତୁ, ଅସ୍ତ୍ରୋପଚାର ପରେ ସେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ସମୟ ଅତିବାହିତ ହେବାକୁ ଲାଗିବା ସହିତ କେସି ନିଜର ନିଷ୍ପତି ପାଇଁ ଲଜ୍ଜିତ ଅନୁଭବ କରୁଥିବା କହିଛନ୍ତି। ତାଙ୍କର ଏଭଳି ନିଷ୍ପତ୍ତିର ପ୍ରଭାବ ତାଙ୍କ ପିଲାମାନଙ୍କ ଉପରେ ପଡିବ ବୋଲି କେସି କହିଛନ୍ତି।