ଏଣିକି ଆଉ ବିବାହରେ ଏପରି ପିନ୍ଧିପାରିବେନି କନ୍ୟା, ଲାଗୁହେଲ ନୂଆ ବିବାହ ଡ୍ରେସ୍ କୋଡ!

 

ଲାଗୁ ହେଲା ନୂଆ ନିୟମ ।ଜାରି ହେଲା ନୂତନ ବିବାହ ଡ୍ରେସ୍ କୋର୍ଟ, ଏଣିକି କି ମହିଳା ମାନେ ବିବାହରେ ଆଉ ପିନ୍ଧିପାରିବେ ନାହିଁ ଲେହେଙ୍ଗା, ନଚେତ୍ ଗ୍ରହଣ କରାଯିବ କଡ଼ା କାର୍ଯ୍ୟାନୁଷ୍ଟାନ । ବର୍ତ୍ତମାନ ସମୟରେ ବିବାହ କହିଲେ ମନକୁ ଆସୁଛି ଲେହେଙ୍ଗା କଥା । ଡିଜାଇନ୍ ଓ ଓଜନ ଦାର ଲେହେଙ୍ଗାର ଦିନକୁ ଦିନ ବଢୁଛି ଡିମାଣ୍ଡ।

କିନ୍ତୁ ଆଗକୁ ଆଉ ବାହାଘରରେ ଯୁବତୀ ମାନେ ପିନ୍ଧିପାରିବେନି ଲେହେଙ୍ଗା। ହଁ ଆଜ୍ଞା ଏଭଳି ଏକ ନୂଆ ନିୟମ ଲାଗୁ କରିଛନ୍ତି ଗୁରୁଦ୍ୱାରର ଶ୍ରୀ ହଜୁର ସହିଦ୍ ଆନନ୍ଦ କରାଜ। ଆନନ୍ଦ କରାଜ୍ ବିବାହ ସମୟରେ ଶିକ୍ କନ୍ୟା ମାନଙ୍କୁ ଜାରି ଲେହେଙ୍ଗା ପିନ୍ଧିବା ପାଇଁ ମାନକରିଛନ୍ତି। ଏ ନେଇ ଅନୁଷ୍ଠିତ କରାଯାଇଥିଲା ଏକ ସ୍ଵତନ୍ତ୍ର ବୈଠକ ଯେଉଁଠାରେ ନିଆଯାଇଥିଲା ଏପରି ନିଷ୍ପତି ।

ଶୁକ୍ରବାର କଥୋଦର୍ କୁଲବିଦର୍ ସିଂହ ଏବଂ ସିଂହ ସହିବନୋଙ୍କ ସାକ୍ଷାତରେ ଅନୁଷ୍ଠିତ ବୈଠକରେ ନିଆଯାଇଥିଲା ଏପରି ନିଷ୍ପତି।ଆନନ୍ଦ କାରଜ୍ ଙ୍କ କହିବା ଅନୁସାରେ ଆମେ ଏହି ଭଳି ନିଷ୍ପତି ନେବାର ପଛର କାରଣ ହେଉଛି ଭାରି ଲେହେ଼ଙ୍ଗା ପିନ୍ଧି ବିବାହ ସମୟରେ ଯେଉଁ ସମସ୍ୟା ଦେଖାଦେଉଛି ଯାହା ରୋକିବା ପାଇଁ ।

ସେ କହିଛନ୍ତି ବିବାହ ସମୟରେ ମହିଳା ମାନେ ପଞ୍ଜାବୀ ସ୍କଟ ବା ସାଲୱାର୍ ପିନ୍ଧିବେ ।ଏହି ଡ୍ରେସ ପିନ୍ଧି ସେମାନେ ସଂପୂର୍ଣ୍ଣ ବିବାହ ରସମ୍ ପୁରା କରିପାରିବେ ।ଏପରିକି ଏହି ନିୟମକୁ କଡାକଡି ଭାବେ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଚେତ୍ ସଂଘ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଛି।