କେତେ ବର୍ଷ ବୟସ ମଧ୍ୟରେ ମା ହେଲେ ସୁସ୍ଥ ହୋଇଥାଏ ଛୁଆ? ଜାଣନ୍ତୁ ମା'ହେବାର ସଠିକ ବୟସ

 
ମାଆ ହେବା ଏକ ନାରୀ ଜୀବନର ସର୍ବ ଶ୍ରେଷ୍ଠ ସାର୍ଥକତା ଅଟେ । ହେଲେ ଅଧିକାଂଶ ମହିଳା ଏଥିରୁ ବଞ୍ଚିତ ହୁଅନ୍ତି । ଏବଂ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ହେଲେ ଆମେ ଆଜି ଆପଣଙ୍କୁ ମାଆ ହେବାର ସଠିକ୍ ବୟସ ବିଷୟରେ କହିବୁ । ମାଆ ହେବା ଏକ ମହିଳା ଜୀବନର ସବୁଠାରୁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଅଟେ । ଯାହା ବିଷୟରେ ପ୍ରତ୍ୟେକ ମହିଳାଙ୍କ ଉପଯୁକ୍ତ ଜ୍ଞାନ ରହିବା ନିହାତି ଆବଶ୍ୟକ ।

ତେବେ ଜାଣନ୍ତୁ ମାଆ ହେବାର ସଠିକ୍ ବୟସ କେତେ... ତେବେ ଏହି ବୟସ ପୂର୍ବରୁ ବା ପରେ ଯଦି ଆପଣ ମାଆ ହେଉଛନ୍ତି ତେବେ ଆପଣଙ୍କୁ କେଉଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ...

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଡାକ୍ତରଙ୍କ କହିବା ଅନୁସାରେ ୧୮ ରୁ ୩୦ ବର୍ଷ ମହିଳା ମାନଙ୍କ ପାଇଁ ଗର୍ଭ ଧାରଣର ଏକ ଉପଯୁକ୍ତ ସମୟ ହୋଇଥାଏ। ଯେଉଁ ସମୟରେ ମହିଳା ମାନଙ୍କର ଫର୍ଟିଲିଟି ହାର ସର୍ବାଧିକ ରହିଥାଏ । ୪୦ ବର୍ଷ ପର ଠାରୁ ମହିଳା ମାନଙ୍କ ଶରୀରରେ ଅନେକ ପ୍ରକାରର ଡେଫିସିଏନସି ଦେଖା ଦେବ ସହିତ ଫର୍ଟିଲିଟି ହାର ହ୍ରାସ ହେବାରେ ଲାଗିଥାଏ । 

ତଥାପି ଆଜିର ସମୟରେ ଅନେକ ନୂତନ ଟେକ୍ନୋଲୋଜି ରହିଛି ଯାହା ମାଧ୍ୟମରେ ଅଧିକ ବୟସର ମହିଳା ମାନେ ମଧ୍ୟ ମାଆ ହୋଇ ପାରୁଛନ୍ତି । ତେବେ ଗର୍ଭ ଧାରଣ କ୍ଷେତ୍ରରେ ଫର୍ଟିଲିଟି ସଂରକ୍ଷଣକୁ ସର୍ବୋତ୍ତମ ପଦ୍ଧତି ଭାବେ ଗ୍ରହଣ କରାଯାଏ । 

ଜଣେ ଡାକ୍ତରଙ୍କ କହିବା ଅନୁସାରେ ଅଣ୍ଡାକୁ ଫ୍ରିଜ କରିବା ପ୍ରକ୍ରିୟା ମାଧ୍ୟମରେ ଆପଣ ଅଧିକ ବର୍ଷ ବୟସରେ ମଧ୍ୟ ମାଆ ହୋଇ ପାରିବେ । ତେବେ ଏହି ପ୍ରକ୍ରିୟା ପାଇଁ କେତେ ଗୁଡିଏ ରକ୍ତ ପରୀକ୍ଷା କରିବାକୁ ପଡ଼ିଥାଏ । କିଛି ସମୟ ବ୍ୟବଧାନରେ ହର୍ମୋନ ଇଞ୍ଜେକ୍ସନ ଲଗାଯାଇ ଗର୍ଭ ଧାରଣ କ୍ଷମତାକୁ ଅଧିକ ସୁରକ୍ଷିତ କରା ଯାଇଥାଏ । ତେବେ ଅଧିକ ସୂଚନା ପାଇଁ ଗାଏନିଂ ବିଭାଗର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।