ଅଜବ୍ ଘଟଣା! ଶୋଇଥିଲେ ୩୨ ବର୍ଷୀୟା ମହିଳା, ଉଠିବା ବେଳକୁ ହୋଇଗଲେ ୧୭ ବର୍ଷୀୟ ଯୁବତୀ, କେମିତି ହେଲା ସମ୍ଭବ?

 

ଦୁନିଆରେ ଏଭଳି ଅନେକ ବିଚିତ୍ର ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟି ଯାଇଥାଏ ଯାହାକି ଶୁଣିଲେ ହୁଏତ ବିଶ୍ୱାସ କରିବା କଠିନ ହୋଇପଡ଼ିଥାଏ। ଏଭଳି ହିଁ ଏକ ଘଟଣା ଦରାସଲରେ ଘଟିଯାଇଛି ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ଜଣେ ୩୨ ବର୍ଷୀୟା ମହିଳା ରାତାରାତି ୧୭ ବର୍ଷୀୟ ଯୁବତୀ ପାଲଟି ଯାଇଥିବା ଶୁଣିବାକୁ ମିଳୁଛି।

ମହିଳାଙ୍କ ପ୍ରକୃତ ବୟସ ୩୨ ବର୍ଷ ହୋଇଥିବା ବେଳେ ତାଙ୍କ ନାମ ନେସ୍ ପିଲେ ଅଟେ। ସେ ଦିନେ ଗଭୀର ନିଦରେ ଶୋଇଥିବା ବେଳେ ନିଦରୁ ଉଠିବା ପରେ ସେ ଅଜବ୍ ପ୍ରକାର ବ୍ୟବହାର କରିବା ଆରମ୍ଭ କରିଥିଲେ। ତାଙ୍କର କୌଣସି କଥା ମନେନଥିବା ବେଳେ ସେ ନିଜକୁ ୧୬ ବର୍ଷୀୟା ଯୁବତୀ ଭଳି ଦେଖୁଥିଲେ।

ପିଲେଙ୍କର ଏକ କନ୍ୟା ସନ୍ତାନ ରହିଥିବା ବେଳେ ସେ ନିଜ ଝିଅକୁ ମଧ୍ୟ ଚିନ୍ହିପାରିନଥିଲେ। ପରିବାର ତରଫରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ, ପିଲେ ପୂର୍ବରୁ ଏକ ଦୁର୍ଘଟଣାର ଶିକାର ହୋଇଥିଲେ ଏବଂ ତାଙ୍କର ଅପରେସନ ହୋଇଥିବା କହିଥିଲେ। ଡାକ୍ତରଙ୍କ କହିବା ଅନୁଯାଇ ନିଦରେ ଥିବା ସମୟରେ ପିଲେଙ୍କର ମେମୋରୀ ଲସ୍ ହୋଇଯାଇଥିଲା। ସବୁଠାରୁ ବଡ଼ କଥା ହେଉଛି ନେସ୍ ପିଲେ ନିଜର ସ୍ୱାମୀ ଏବଂ ଝିଅକୁ ଅପଣାଇ ନେଇଛନ୍ତି।