ଦେଖନ୍ତୁ ଭାଇରାଲ ଭିଡ଼ିଓ: ନିଜ ଘର ବାହାରେ ବସିଥିଲେ ବୃଦ୍ଧ ମହିଳା, ହଠାତ ଚିତା ବାଘ କଲା ଆକ୍ରମଣ 

 

ମୁମ୍ବାଇରେ ଆଉ ଏକ ଚିତାବାଘ ଆକ୍ରମଣର ଭିଡିଓ ସାମ୍ନାକୁ ଆସିଛି । ଗତ ତିନି ଦିନ ମଧ୍ୟରେ ଏପରି ଦ୍ୱିତୀୟ ଆକ୍ରମଣରେ ଜଣେ 55 ବର୍ଷ ବୟସ୍କା ମହିଳା ଆହତ ହୋଇଥିଲେ।

ରାତି ପ୍ରାୟ 7:45 ବେଳେ ମୁମ୍ବାଇର ଗୋରେଗାଓଁର ଆରେ ମିଲ୍କ କଲୋନୀରେ ଏହି ଘଟଣା ଘଟିଛି। ଘଟଣାର ଏକ ଭିଡିଓରେ ଦର୍ଶାଯାଇଛି ଯେ ନିର୍ମଲଦେବୀ ସିଂ ନାମକ ଜଣେ ମହିଳା ତାଙ୍କ ଘର ବାହାରେ ବସିଥିବା ବେଳେ ପଛପଟୁ ଏକ ଚିତାବାଘ ଆକ୍ରମଣ କରିଥିଲା ।

ଦେଖନ୍ତୁ ଭାଇରାଲ ଭିଡ଼ିଓ:

ବନ ଅଧିକାରୀ କହିଛନ୍ତି ଯେ ନିର୍ମଳାଦେବୀ ନିରାପଦରେ ଅଛନ୍ତି ଏବଂ ଚିକିତ୍ସିତ ହେଉଛନ୍ତି । ଏହି ବାଘ କେଉଁଠାରୁ ଆସିଲା ତାହା ଏବେ ଯାଏଁ ସ୍ପଷ୍ଠ ହୋଇନାହିଁ ।