ବୟଫ୍ରେଣ୍ଡ ସହ ହୋଟେଲରେ ଖେଳ କରୁଥିଲେ ମହିଳା, ହଠାତ୍‌ ପହଞ୍ଚିଗଲେ ସ୍ବାମୀ ଆଉ ତାପରେ…

 

ପଞ୍ଜାବର ଅମୃତସରରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ଏକ ହାଇ ଭୋଲଟେଜ୍ ଡ୍ରାମା ବର୍ତ୍ତମାନ ଚର୍ଚ୍ଚାର ପରିସର କୁ ଆସିଛି। ଖବର ଅନୁଯାଇ ମହିଳା ଜଣକ ନିଜ ପ୍ରେମିକ ସହିତ ହୋଟେଲ ରୁମ ରେ ରହୁଥିଲେ କିନ୍ତୁ ତାଙ୍କ ସ୍ୱାମୀ ଏ ବିଷୟରେ ଜାଣିପାରି ତାଙ୍କୁ ପିଛା କରିଥିଲେ। 

ମହିଳା ଜଣକ ହୋଟେଲ ରୁ ବାହାରିବା ମାତ୍ରେ ସ୍ୱାମୀ ଜଣକ ଉତକ୍ଷିପ୍ତ ହୋଇ ମହିଳାଙ୍କୁ ମାଡ଼ ମାରୁଥିବା ଦୃଶ୍ୟ ପାଖରେ ଥିବା ଏକ ସିସିଟିଭି କ୍ୟାମେରା ରେ କଏଦ ହୋଇଛି। ତେବେ ଉଭୟ ଦମ୍ପତ୍ତି କିଛି ଦିନ ଆଗରୁ ଛାଡ଼ପତ୍ର ପାଇଁ ମଧ୍ୟ ଆବେଦନ କରିଥିବା କହିଛି ପୋଲିସ।

ପୋଲିସ କହିବା ଅନୁଯାୟୀ ଉଭୟେ ପ୍ରାୟ ୬ ବର୍ଷ ହେବ ବିବାହ କରିଥିଲେ ମଧ୍ୟ ତାଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗି ରହୁଥିଲା ତେଣୁ ସେମାନେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ।

ତେବେ ଗତ କିଛି ଦିନ ହେବ ମହିଳାଙ୍କ ଉପରେ ସନ୍ଦେହ ହେବାରୁ ତାଙ୍କ ସ୍ୱାମୀ ତାଙ୍କୁ ପିଛା କରୁଥିଲେ। ଏବଂ ହୋଟେଲ ରେ ପ୍ରେମିକ ସହ ପାଇ ସେ ଉତକ୍ଷିପ୍ତ ହୋଇ ମାଡ଼ ମାରିଥିଲେ। ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରିବା ସହ ଯୁବକ ଏବଂ ପ୍ରେମୀ ଯୁଗଳଙ୍କୁ ଗିରଫ କରିଛି।