ଦେଖନ୍ତୁ ଭିଡ଼ିଓ: ଆହାର କେନ୍ଦ୍ରରେ ମିଳୁଥିଲା ନିମ୍ନ ମାନର ଖାଦ୍ୟ! ବିରୋଧ କରିବାରୁ ଯୁବତୀ ଖାଇଲେ ମାଡ଼….
ସ୍ୱଳ୍ପ ଦରରେ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାପାଇଁ ସରକାରଙ୍କ ତରଫରୁ ବିଭିନ୍ନ ସ୍ଥାନରେ ଆହାର କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ତେବେ, ବିଭିନ୍ନ ଏସ୍ଏଚ୍ଜି ଗ୍ରୁପ୍ ଗୁଡିକ ଦ୍ୱାରା ଏହାକୁ ପରିଚାଳନା କରାଯାଉଥିବା ବେଳେ ଅନେକ ଆହାର କେନ୍ଦ୍ରରେ ନିମ୍ନ ମାନର ଖାଦ୍ୟ ଯୋଗାଇ ଦିଆଯାଉଥିବା ଅଭିଯୋଗ ହୋଇ ଆସୁଛି।
ତେବେ, ଏହାକୁ ପ୍ରତିବାଦ କରିବାରୁ ଜଣେ ଯୁବତୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ବରଗଡ଼ ଜିଲ୍ଲା ୧୯ ନମ୍ବର ୱାର୍ଡରେ ଏଭଳି ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାଇ ସୁଶ୍ରୀ ସଙ୍ଗୀତାମହାରଣା ନାମକ ଜଣେ ଯୁବତୀ ଏଠାକୁ ଖାଇବାକୁ ଆସିଥିଲେ। ତେବେ, ସେଠାରେ ଅପରିଷ୍କାର ପରିବେଶ ଏବଂ ନିମ୍ନମାନର ଖାଦ୍ୟକୁ ଦେଖି ସେ ଏହାର ବିରୋଧ କରିଥିଲେ।