ପଡ଼ୋଶୀ ସହ ହୋଟେଲ ଭିତରେ ଚାଲିଥିଲା ରାସଲୀଳା, ହଠାତ ପହଞ୍ଚିଗଲେ ସ୍ୱାମୀ ଓ ନଣନ୍ଦ, ଆଉ ତା ପରେ….

 

ପ୍ରେମିକ ସହ ହୋଟେଲରେ ରାସଲୀଳା ଚଳାଇଥିଲେ ମହିଳା। ହଠାତ, ଖବର ପାଇ ସେଠାରେ ପହଞ୍ଚି ଗଲେ ସ୍ୱାମୀ। ଉଭୟଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ସ୍ୱାମୀ ଜଣକ ଅବାକ୍ ହୋଇଯାଇଥିବା ବେଳେ ସ୍ଥାନୀୟ ଥାନାରେ ଏତଲା ଦେଇଛନ୍ତି। ଏହିଭଳି ଏକ ଘଟଣା ପଞ୍ଜାବର ଜଳନ୍ଧରରେ ଦେଖିବାକୁ ମିଳିଛି।

ସ୍ୱାମୀଙ୍କ କହିବା ଅନୁଯାଇ ରବିବାର ଦିନ ତାଙ୍କ ପତ୍ନୀ ଅଫିସ୍ ଯାଉଛି ବୋଲି କହି ଘରୁ ବାହାରି ଥିଲେ। ଏହାର କିଛି ସମୟ ପରେ ତାଙ୍କୁ ତାଙ୍କ ଭଉଣୀ ଫୋନ କରିଥିଲେ। ଭାଉଜ ଅଫିସ ନଯାଇ ଅଟୋରେ ଅନ୍ୟ କେଉଁଆଡ଼େ ଯାଉଥିବା ସେ କହିଥିଲେ। ଏଥିସହିତ ସେ ସେହି ଅଟୋକୁ ପିଛା କରିଥିଲେ।

ଏହାପରେ ସ୍ୱାମୀଙ୍କ ଭଉଣୀ ପିଛା କରି ଦେଖିବାକୁ ପାଇଥିଲେ ଯେ, ତାଙ୍କ ଭାଉଜ ଅନ୍ୟ ଜଣେ ଯୁବକଙ୍କ ସହିତ ବସଷ୍ଟାଣ୍ଡ ପାଖ ଏକ ହୋଟେଲ ଭିତରକୁ ପ୍ରବେଶ କରିଥିଲେ। ସେତବେଳକୁ ତାଙ୍କ ସ୍ୱାମୀ ମଧ୍ୟ ସେଠାରେ ପହଞ୍ଚି ଯାଇଥିଲେ। ହୋଟେଲ କର୍ତ୍ତୃପକ୍ଷଙ୍କ ସହାୟତାରେ ସେ ତାଙ୍କ ପତ୍ନୀ ରହିଥିବା ରୁମରେ ପହଞ୍ଚିଥିଲେ। ସେଠାରେ ସେ ନିଜ ପତ୍ନୀକୁ ଅନ୍ୟ ଜଣେ ଯୁବକଙ୍କ ସହିତ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଉଭୟଙ୍କୁ ସେମାନେ ପୋଲିସର ଜିମା ଦେଇଥିବା ବେଳେ ସ୍ୱାମୀ ତାଙ୍କର ଧ୍ୟାନ ରଖୁନଥିବାରୁ ସେ ପଡୋଶୀ ଯୁବକଙ୍କୁ ପ୍ରେମ କରି ବସିଥିଲେ ବୋଲି ମହିଳା ଜଣକ କହିଛନ୍ତି।