ରାତି ୪ଟା ରୁ ଉଠି କଣ ପାଇଁ ପାଣ୍ଡିଆନ୍ ବୁଲୁଛନ୍ତି ଭୁବନେଶ୍ୱର? ସତରେ କଣ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଛନ୍ତି କି ?

 

ଗତ କିଛି ମାସ ହେବ ଖୁବ ଚର୍ଚ୍ଚାରେ ରହି ଆସିଛନ୍ତି 5T ଅଧକ୍ଷ ଭି.କେ ପାଣ୍ଡିଆନ୍। ଆଜ୍ଞା ହଁ, ଦୀର୍ଘବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ସଚିବ ଏବଂ 5T ସଚିବ ଭାବରେ କାର୍ଯ୍ୟ କରିବା ପରେ ଏବେ ସ୍ବେଚ୍ଛାକୃତ ଭାବରେ ସରକାରୀ ଚାକିରୀ ଛାଡ଼ି ଓଡ଼ିଶା ରାଜନୀତିରେ ସେ ପ୍ରବେଶ କରିଛନ୍ତି।

ପୂର୍ବରୁ ଅନେକ ବିଧାନସଭା ମଣ୍ଡଳୀକୁ ଗସ୍ତ କରି ପାଣ୍ଡିଆନ୍ ଲୋକମାନଙ୍କ ସୁବିଧା ସୁଯୋଗ ବୁଝି ଆସୁଥିଲେ। ସରକାରୀ ପଦବୀରେ ରହି ସେ ଏପରି କରିବା ବିରୋଧୀଙ୍କ ଦେହରେ ଗଲାନାହିଁ। ଏଥିନେଇ ଅନେକ ପ୍ରକାରର ଅଭିଯୋଗ ମଧ୍ୟ କରାଗଲା।

ଏବେ ପାଣ୍ଡିଆନ୍ ଚାକିରୀ ଛାଡ଼ି ବିରୋଧିଙ୍କର ମୁହଁ ଏକ ପ୍ରକାର ବନ୍ଦ କରି ଦେଇଛନ୍ତି। 5T ଅଧକ୍ଷ ହେବାପରେ ବହୁ ନେତାମନ୍ତ୍ରୀଙ୍କର ପାଣ୍ଡିଆନଙ୍କ ପାଖକୁ ଯିବା ଆସିବା ଲାଗି ରହିଛି। ଦୀର୍ଘ ୨୩ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବରେ ସେ ଓଡ଼ିଶା ବିଷୟରେ ସବୁ ଜାଣି ସାରିଲେଣି। 

ଏବେ ରାଜନୀତିରେ ଯୋଗ ଦେବାପରେ ପାଣ୍ଡିଆନ ରାତି ୪ଟା ରୁ ଉଠି ନିଜ ନିତ୍ୟକର୍ମ ସାରି କର୍ମକ୍ଷେତ୍ରକୁ ବାହାରି ପଡନ୍ତି। ସେ ଜଗନ୍ନାଥ ମନ୍ଦିର ପ୍ରକଳ୍ପ ହେଉ ଅଥବା ଭୁବନେଶ୍ୱର ମଧ୍ୟରେ ଥିବା ଅନ୍ୟ କୌଣସି ପ୍ରକଳ୍ପ। ଯେଉଁ ସମୟରେ ସାରା ଓଡିଶା ନିଦରେ ଶୋଇଥାଏ। ସେହି ସମୟରେ ପାଣ୍ଡିଆନ୍ ନିଜ ଅଧିକାରୀ ମାନଙ୍କୁ ଧରି ବିଭିନ୍ନ ସ୍ଥାନ ପରିଦର୍ଶନ କରିଥାନ୍ତି।

<a href=https://youtube.com/embed/yuWlGOVpbh8?autoplay=1&mute=1><img src=https://img.youtube.com/vi/yuWlGOVpbh8/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ତେବେ, ତାଙ୍କର ଚାକିରୀ ଛାଡିବା ନିଷ୍ପତ୍ତି ଏବଂ କାର୍ଯ୍ୟକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଛି। ଏବେ ମଧ୍ୟ କିଛି ବିରୋଧୀ ତାଙ୍କୁ ଅଣଓଡ଼ିଆ ଭାବରେ ଟ୍ରୋଲ କରିବାକୁ ପଛାଉ ନାହାଁନ୍ତି। କିନ୍ତୁ, ଏହାକୁ ଭୁକ୍ଷେପ ନ କରି ପାଣ୍ଡିଆନ୍ ଓଡିଶାକୁ ପ୍ରଗତି ପଥରେ ନେବା ପାଇଁ ଯଥା ସମ୍ଭବ ଚେଷ୍ଟା ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ:- ରବିନା ଟଣ୍ଡନଙ୍କ ଖୁଲାସା: ସୁଟିଂ ସମୟରେ ଅଭିନେତାଙ୍କ ଓଠରେ ଓଠ ବାଜିଯିବାରୁ ବାନ୍ତି କରିପକାଇଥିଲି କାରଣ ସେ...