ନିଜ ପ୍ରାଇଭେଟ୍ ଭିଡ଼ିଓ ଫଟୋ ଭାଇରାଲ୍‌ ହେଲେ କ'ଣ କରିବେ? କେମିତି ହଟାଇବେ, ଜାଣନ୍ତୁ

 

ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟଫୋନ ଏବଂ ଇଣ୍ଟରନେଟ। ଯିଏ ଯାହା ଚାହିଁଲା ଦେଖିବା ସହିତ ଅପଲୋଡ଼ କରିପାରୁଛି। କିନ୍ତୁ, କିଛି ମନ୍ଦ ପ୍ରକୃତିର ଲୋକେ ଏହାର ଭୁଲ୍ ବ୍ୟବହାର କରୁଛନ୍ତି। କୌଣସି ବ୍ୟକ୍ତିଙ୍କ ପ୍ରାଇଭେଟ୍ ଫୋଟୋ କିମ୍ବା ଭିଡ଼ିଓ ଭାଇରାଲ କରିବା ଏକ ପ୍ରକାର ଅପରାଧ ଅଟେ। ତେବେ, ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯଦି ଆପଣଙ୍କ ଭିଡ଼ିଓ ଭାଇରାଲ ହେଉଛି ତେବେ ଆପଣ କଣ କରିବେ?

ଏଭଳି ପରିସ୍ଥିତିରେ କୌଣସି ବି ପଦକ୍ଷେପ ନେବା ସହଜ କଥା ନୁହେଁ। କିନ୍ତୁ, ଆପଣ ତୁରନ୍ତ ଏଥିନେଇ ନିକଟସ୍ଥ ଥାନାରେ ଏକ ଲିଖିତ ଅଭିଯୋଗ କରନ୍ତୁ। ଏହା ବ୍ୟତୀତ ସାଇବର୍ ସେଲକୁ ଯାଇ ସେଠାରେ ମଧ୍ୟ ଏକ ଅଭିଯୋଗ ଦାୟର କରାନ୍ତୁ। ପୋଲିସ୍‌ ୱେବ୍‌ସାଇଟ୍‌ ମାଲିକ କିମ୍ବା ଯେଉଁ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ପ୍ରାଇଭେଟ୍‌ ଭିଡିଓ କିମ୍ବା ଫଟୋ ଭାଇରାଲ୍‌ ହୋଇଛି ତାହାର ମାଲିକଙ୍କ ସହିତ ଯୋଗାଯୋଗ କରିପାରିବେ।

ଆପଣ ଚାହିଁଲେ ଯେଉଁ ୱେବ୍‌ସାଇଟ୍‌ କିମ୍ବା ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ଭିଡିଓ/ଫଟୋ ଭାଇରାଲ୍‌ ହୋଇଛି ତାହା ସହିତ ସିଧାସଳଖ ଯୋଗାଯୋଗ କରିପାରିବେ। ଯଦି ଏହା କୌଣସି ଆପତ୍ତିଜନକ ସାଇଟରେ ଅପଲୋଡ଼ ହୋଇଛି ତେବେ ସେହି ସାଇଟର ରିପୋର୍ଟ ଅପ୍‌ସନ୍‌ରେ କ୍ଲିକ୍‌ କରି ଆପଣ ଭିଡ଼ିଓଟିକୁ ରିପୋର୍ଟ କରିପାରିବେ। ଏହା ବ୍ୟତୀତ ଯଦି ଗୁଗୁଲରେ ସର୍ଚ୍ଚ କରିବା ଦ୍ୱାରା ଏହା ଆସୁଛି ତେବେ https://support.google.com/blogger/contact/private_info ଏଠାରେ କ୍ଲିକ୍ କରି ନିଜ ଭିଡ଼ିଓକୁ ହଟାଇ ପାରିବେ।