ଭାରତର ଏହି ଷ୍ଟେସନରେ ଭୂତ ଭୟ, ୪୨ ବର୍ଷରୁ ରହୁନି ଟ୍ରେନ୍, ଭୟରେ ଲୋକେ ବନ୍ଦ କରିଦିଅନ୍ତି ଟ୍ରେନ୍ ଝରକା, ଜାଣନ୍ତୁ କଣ ରହିଛି ରହସ୍ୟ

 

ଆପଣ ମାନେ କେବେ ନା କେବେ ଟ୍ରେନ ରେ ଯାତ୍ରା କରିଥିବେ । ଭାରତରେ ଟ୍ରେନ ଷ୍ଟେସନକୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳିଥାଏ । କଣ ଆପଣ ଜାଣନ୍ତିି କି ଭାରତରେ ଏପରି କିଛି ଷ୍ଟେସନ ରହିଛି ଯେଉଁଠାରେ ନା ଟ୍ରେନ ରୁହେ ନା କେଉଁ ଯାତ୍ରି ଓଲ୍ହାନ୍ତି ବା ଚଢନ୍ତି । ସେହି ରେଲୱେ ଷ୍ଟେସନ୍ ରେ ରେଲୱେ ଅଫିସର୍ ମାନେ ଦିନରେ ମଧ୍ୟ ରହିବାକୁ ଭୟ କରନ୍ତି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଆମେ ଆଜି ଆପଣଙ୍କୁ ଏପରି ଏକ ରେଳ ଷ୍ଟେସନ ବିଷୟରେ କହିବାକୁ ଯାଉଛୁ , ଯାହା ଦୀର୍ଘ ୪୪ ବର୍ଷ ଧରି ବନ୍ଦ ପଡ଼ିଥିଲା । ଏହାକୁ ହଣ୍ଟେଡ ରେଲୱେ ଷ୍ଟେସନ ମଧ୍ୟ କୁହାଯାଏ ।

ଏଠାରେ ଟ୍ରେନ୍ ରହିବା ତ ଦୂରର କଥା ବରଂ ଏହି ବାଟ ଦେଇ ଟ୍ରେନ୍ ଯିବା ସମୟରେ ବେଗ ଅଧିକ ଦ୍ରୁତ ଗତିରେ ଯାଇଥାଏ । ଏହି ରେଲୱେ ଷ୍ଟେସନ୍ ପଛର କାହାଣୀ ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । 

ତେବେ ଆସନ୍ତୁ ଜାଣିବା କଣ ରହିଥିଲା ଏହା ପଛର କାହାଣୀ.........

ଶୁଣିବାକୁ ମିଳେ ୧୯୬୭ ମସିହାରେ ଏହି ରେଲୱେ ଷ୍ଟେସନ୍ ର ଷ୍ଟେସନ୍ ମାଷ୍ଟର ସେଠାରେ ଏକ ଭୂତ ଦେଖି ମୃତ୍ୟୁ ବରଣ କରିଥିଲେ । ଏପରି ଅନେକ କିଛି ଘଟଣା ରହିଛି ଏହି ରେଲୱେ ଷ୍ଟେସନ୍ କୁ ନେଇ । କୁହାଯାଏ ସେଠାରେ ରାତ୍ରି ହେବା ମାତ୍ରେ ବିଭିନ୍ନ ଭୟଙ୍କର ଶବ୍ଦ ଶୁଣାଯିବା ସହିତ ଅନେକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥାଏ । ଯେଉଁଥି ପାଇଁ ଏହାକୁ ୪୪ ବର୍ଷ ଧରି ବନ୍ଦ୍ ରଖା ଯାଇଥିଲା ।

ଏହି ଷ୍ଟେସନ୍ ଟି ପଶ୍ଚିମବଙ୍ଗ ରାଜ୍ୟର କୁରୁଳିଆ ଜିଲ୍ଲାରେ ଅବସ୍ଥିତ । ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ରେଲୱେ ଷ୍ଟେସନ୍ କୁ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ପରେ ପୋଲିସ୍ ଏଠାରେ ଦିନ ରାତି ଡ୍ୟୁଟି କରିବା ସହିତ କଥାର ସତ୍ୟତା ଜାଣିବାକୁ ଚେଷ୍ଟା କରିଥିଲା । ପୋଲିସ୍ ସନ୍ଧାନରୁ ଯାହା ଜଣା ପଡିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା ।

ପୋଲିସ୍ ଜାଣିବାକୁ ପାଇଥିଲା ଯେ ସେଠାରେ କୌଣସି ଭୂତ ପ୍ରେତ ନାହାନ୍ତି । ବରଂ ସ୍ଥାନୀୟ ଲୋକ ମାନେ ଏପରି କରୁଥିଲେ । ସମସ୍ତଙ୍କୁ ଡରାଇ ଷ୍ଟେସନ୍ ର ସମ୍ପତ୍ତି ଚୋରି କରି ନେବା ପାଇଁ ସ୍ଥାନୀୟ ଲୋକ ମାନେ ଏପରି ଯୋଜନା ପ୍ରସ୍ତୁତ କରିଥିଲେ । କଥାର ସତ ଜାଣିବା ପରେ ସେହି ଷ୍ଟେସନ୍ ରେ ଲୋକ ମାନେ ବିନା ଭୟରେ ଯାତ୍ରା କରିଥିଲେ ।