ଦେଖନ୍ତୁ ଭିଡ଼ିଓ: ମାଗଣା ଚାଉଳକୁ ନେଇ ଦୁବାଇରେ ମହିଳା ଜଣକ ପଚାରିଲେ ଏମିତି ପ୍ରଶ୍ନ, ଉତ୍ତର ଦେବାକୁ ଥରହର ହେଲେ ପାଣ୍ଡିଆନ୍

 

ରାଜଧାନୀ ଭୁବନେଶ୍ବର ଠାରୁ ଦୁବାଇ ପର୍ଯ୍ୟନ୍ତ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ଏହି ଅବସରରେ ଗୁରୁବାର ଦୁବାଇର ହୋଟେଲ୍ ଲି ମେରିଡିନ୍ଠାରେ ଏକ ସ୍ୱତନ୍ତ୍ର ସାଂସ୍କୃତିକ ସନ୍ଧ୍ୟା 'ଓଡ଼ିଶା ଦିବସ' ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଥମ ଫ୍ଲାଇଟ୍ ଯୋଗେ ଯାଇଥିବା ଓଡ଼ିଆ, ୫ଟି ସଚିବ ଭିକେ ପାଣ୍ଡିଆନ୍, ୟୁଏଇରେ ରହୁଥିବା ୧୦୦୦ ରୁ ଅଧିକ ଓଡ଼ିଆ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ଭାବରେ ସମ୍ବୋଧନ କରିଥିଲେ।

 ମୁଖ୍ୟମନ୍ତ୍ରୀଙ୍କ ସଚିବ (୫T) ଭି.କେ.ପାଣ୍ଡିଆନ୍ ଏହି ଅଧିବେଶନରେ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ସରକାରଙ୍କ ପରିବର୍ତ୍ତନ ଏଜେଣ୍ଡା ବିଷୟରେ ଉଲ୍ଲେଖ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ତେବେ, ଏହି ଅବସରରେ ଜଣେ ମହିଳା ଶ୍ରୀ ପାଣ୍ଡିଆନଙ୍କୁ ଏଭଳି କିଛି ପଚାରିଥିଲେ ଯାହାକୁ ନେଇ ଖୁବ ଚର୍ଚ୍ଚା ହେଉଛି।

ମହିଳା ଜଣକ କହିବା ଅନୁଯାଇ ତାଙ୍କର କିଛି ସମ୍ପର୍କୀୟ ଓଡିଶାରେ ରହୁଛନ୍ତି। ତେଣୁ, ସେଠାରୁ ସେ ଜାଣିବାକୁ ପାଉଛନ୍ତି ଯେ ଓଡ଼ିଶାରେ ଲୋକଙ୍କ ରୋଜଗାରକ୍ଷମ କରିବା ପରିବର୍ତ୍ତେ ସରକାର ମାଗଣା ଚାଉଳ, ରାସନ ଦେବା ସହିତ ଆହୁରି ଅନେକ ମାଗଣା ସୁବିଧା ପ୍ରଦାନ କରୁଛନ୍ତି। ତେବେ, ଏପରି କରିବା ପଛରେ ସରକାରଙ୍କ ଉଦ୍ଦେଶ୍ୟ କଣ ବୋଲି ମହିଳା ଜଣକ ପ୍ରଶ୍ନ ପଚାରିଥିଲେ। ଅବଶ୍ୟ ରାଜ୍ୟ ସରକାର କାହିଁକି ମାଗଣା ସୁବିଧା ସୁଯୋଗ ଦେଉଛନ୍ତି ସେଥିନେଇ ୫ଟି ସଚିବ ନିଜର ମତ ରଖିଥିଲେ। ଦେଖନ୍ତୁ ଏହି ଭିଡ଼ିଓ:- <a href=https://youtube.com/embed/FICxxbPptEI?autoplay=1&mute=1><img src=https://img.youtube.com/vi/FICxxbPptEI/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="750">