ଦେଖନ୍ତୁ ଭିଡ଼ିଓ: ବିବାହ ମଣ୍ଡପରେ ଜବରଦସ୍ତି ପଶିଗଲା ପୁଲିସ, ପୂଜାରୀଙ୍କ ଠାରୁ ଆରମ୍ଭ କରି ବର ଯାଏଁ ସମସ୍ତଙ୍କୁ ମାରିଲେ ଚାପୁଡ଼ା

 

କରୋନାର ସଂକ୍ରମଣ ଦେଶରେ ଦିନକୁ ଦିନ ବଢୁଥିବା ବେଳେ ସହର ମାନଙ୍କରେ ବିଭିନ୍ନ ପ୍ରତିବନ୍ଧକ ଲଗାଇ ଦିଆଯାଇଛି, ଏହି ନିର୍ଦ୍ଦେଶାବଳୀ ଗୁଡିକୁ ପାଳନ କରାଯିବ ବୋଲି ନିଶ୍ଚିତ କରିବା ପ୍ରଶାସନର ଦାୟିତ୍ୱ ଅଟେ। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବା ସମୟରେ ପ୍ରଶାସନିକ ଅଧିକାରୀ ଏକଛତ୍ରବାଦୀ ମନୋଭାବ ଗ୍ରହଣ କରିବା ଭଳି ଏକ ଖବର ସାମ୍ନା କୁ ଆସିଛି। 

ତ୍ରିପୁରାର ରାଜଧାନୀ ଅଗରତାଳା ରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡ଼ିଓ ରେ ଡିଏମ୍‌ ଜଣକ ପଣ୍ଡିତ ଓ ଅନ୍ୟ ସମ୍ପର୍କୀୟ ମାନଙ୍କୁ ବିବାହ ହଲରେ ଚାପୁଡ଼ା ମାରିଥିବାର ନଜର ଆସିଛନ୍ତି। ଏହି ଭିଡ଼ିଓ ଭାଇରାଲ ହେବା ପରେ ଏପ୍ରିଲ୍ ୨୮ ରେ, ଏହି ଡିଏମ୍ ଙ୍କ ବିରୋଧରେ ଯାଞ୍ଚ ପାଇଁ ଏକ କମିଟି ଗଠନ କରାଯାଇଛି ଏହା ଘଟଣାର ଅନୁସନ୍ଧାନ କରୁଛି।

ଯଦି ଅଭିଯୋଗ ସତ୍ୟ ବୋଲି ଜଣାପଡେ ତେବେ ଡ଼ିଏମ୍ ଙ୍କ ଉପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,ତେବେ ତାଙ୍କୁ ନିଲମ୍ବିତ କରାଯାଇଥିବାର ଖବର ଏକ ଗୁଜବ ବୋଲି ଜଣାପଡିଛି।

ଏହି ଘଟଣା ୨୬ ଏପ୍ରିଲ ରାତିରେ ଘଟିଥିଲା। ଡିଏମ୍ ଶୈଲେଶ ଯାଦବ କରୋନା ପ୍ରୋଟୋକଲ ଅନୁସରଣ କରିବାକୁ ସହରରେ ପାଟ୍ରୋଲିଂ କରିବାକୁ ଯାଇଥିଲେ।  ବିଭିନ୍ନ ବିବାହ ହଲରେ ରାତ୍ରି କର୍ଫ୍ୟୁ ସତ୍ତ୍ୱେ ବିବାହ ରାତି ୧୦ ଟା ପରେ ଚାଲୁ ରହିଥିଲା। କରୋନା ଗାଇଡଲାଇନର ଉଲ୍ଲଂଘନ କରି ବହୁ ସଂଖ୍ୟାରେ ଲୋକେ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ, ଏଥିସହିତ ବ୍ୟାଣ୍ଡ, କ୍ୟାଟରିଂ ପରି ସମସ୍ତଙ୍କ ବ୍ୟବସ୍ଥା ରହିଥିଲା।