ଦେଖନ୍ତୁ ଭିଡ଼ିଓ: କୃଷକ ଆନ୍ଦୋଳନ ଏବଂ ହିଂସାକାଣ୍ଡର ଲାଇଭ୍ ଫୁଟେଜ୍, ଦେଖନ୍ତୁ କିପରି କୃଷକଙ୍କୁ ଦଳି ଦେଇ ଚାଲିଗଲା ଗାଡ଼ି !

 

ରବିବାର (ଅକ୍ଟୋବର ୩, ୨୦୨୧) ଉତ୍ତର ପ୍ରଦେଶ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟାଙ୍କର ଲକ୍ଷ୍ମୀପୁର ଖେରୀ ଅଞ୍ଚଳ ଗସ୍ତ ପୂର୍ବରୁ ଘଟିଥିବା ହିଂସାରେ ଚାରିଜଣ କୃଷକ ଏବଂ ତିନି ଜଣ ବିଜେପି କର୍ମୀଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ଅପରାହ୍ନରେ ଘଟିଥିବା ଏହି ଘଟଣାର କିଛି ସମୟ ପରେ କୃଷକ ସଂଗଠନର ମିଳିତ କିସାନ ମୋର୍ଚ୍ଚା (ଏସକେଏମ) ଅଭିଯୋଗ କରିଛି ଯେ ଏହି ଚାରିଜଣ ଚାଷୀଙ୍କ ମଧ୍ୟରୁ ଜଣଙ୍କୁ ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଗୁଳି କରି ହତ୍ୟା କରିଛି। ଏବଂ ଅନ୍ୟମାନଙ୍କୁ ଜାଣିଶୁଣି ଗାଡ଼ି ଦ୍ୱାରା ଚଢାଇ ଦିଆ ଯାଇଛି।

ତେବେ, ଏହି ଘଟଣାର ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୩୬ ସେକେଣ୍ଡର ଏହି ଭାଇରାଲ ହେଉଥିବା ଏହି ଭିଡ଼ିଓରେ କିଛି କୃଷକ ଧାରଣା ଦେବାପାଇଁ ଚୁପଚାପ ରାସ୍ତାରେ ଚାଲି ଯାଉଥିବା ଦେଖିବାକୁ ମିଳୁଛି। କିନ୍ତୁ, ହଠାତ ପଛରୁ ଏକ କଳା ଥାର୍ SUV ଧ୍ରୁତ ଗତିରେ ଆସି ସେମାନଙ୍କୁ ଧକ୍କା ଦେଉଛି। ପଛରେ ଆଉ ଦୁଇଟି କାର ମଧ୍ୟ ଧ୍ରୁତ ଗତିରେ ଚାଲି ଯାଉଛି। ଏହି ଘଟଣାରେ ମନ୍ତ୍ରୀ ଅଜୟ ମିଶ୍ର ଏବଂ ତାଙ୍କ ପୁଅର ସମ୍ପୃକ୍ତି ଥିବା କୁହାଯାଉଥିବା ବେଳେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୃଷକ ସଂଘ ଦାବି କରିଛି।

ଦେଖନ୍ତୁ ଭିଡ଼ିଓ:-

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଅଜୟ ମିଶ୍ର ଟେନି କୃଷକ ନେତାମାନଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଉଥିଲେ। ଯେଉଁଥିପାଇଁ ଅକ୍ଟୋବର ୩ ତାରିଖରେ ସେମାନେ ଧାରଣା ଦେବାକୁ ଓଲ୍ହାଇଥିଲେ। ତେବେ, ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦ୍ୟନାଥ ଏହି ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪୫ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି।  ଏଥିସହିତ ଅଭିଯୁକ୍ତ ମନ୍ତ୍ରୀଙ୍କ ପୁଅ ଏବଂ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୯ ଜଣଙ୍କୁ ପୋଲିସ ଗିରଫ କରିଛି।