ଦେଖନ୍ତୁ ଭିଡ଼ିଓ: ଟ୍ରେନରୁ ଖସିପଡୁଥିବା ବୃଦ୍ଧଙ୍କୁ ଏମିତି ଭାବରେ ବଞ୍ଚାଇଲେ ପୋଲିସ କର୍ମୀ, ଭାଇରାଲ ଭିଡ଼ିଓ କୁ ଦେଖି ତାଯୁବ ହେବେ ଆପଣ

 

ରାଜସ୍ଥାନର ଏକ ରେଳ ଷ୍ଟେସନରେ ଜଣେ ସୁରକ୍ଷାକର୍ମୀ ଜଣେ ବୃଦ୍ଧଙ୍କ ଜୀବନ ରକ୍ଷା କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏଥିସହିତ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏହି ଭିଡିଓ ଟିକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ନିଜ କର୍ତ୍ତବ୍ୟ ପ୍ରତି ଉତ୍ସର୍ଗୀକୃତ ହୋଇଥିବାରୁ ପୋଲିସ କର୍ମୀଙ୍କୁ ପ୍ରଶଂସା କରିଛନ୍ତି।

ପୀୟୁଷ ଗୋୟଲ ହିନ୍ଦୀରେ ଟ୍ୱିଟ୍ କରି ଲେଖିଛନ୍ତି, 'ରାଜସ୍ଥାନର ସାୱାଇ ମାଧୋପୁର ଷ୍ଟେସନରେ ଜଣେ ବୃଦ୍ଧ ଯାତ୍ରୀଙ୍କୁ ଡ୍ୟୁଟିରେ ଥିବା ସୁରକ୍ଷା କର୍ମୀଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚଳନ୍ତା ଟ୍ରେନ କବଳରୁ ଉଦ୍ଧାର କରିଥିଲେ। ଆମର ସୁରକ୍ଷା କର୍ମୀଙ୍କ ପାଇଁ ଆମେ ଗର୍ବିତ, ଯେଉଁମାନେ ପୂର୍ଣ୍ଣ ସେବା ସହିତ ସେମାନଙ୍କର କର୍ତ୍ତବ୍ୟ ପାଳନ କରୁଛନ୍ତି।" ଏହା ସହିତ ସେ ସେହି ଘଟଣାର ଏକ ଭିଡିଓ ମଧ୍ୟ ସେୟାର କରିଥିଲେ।

ଏହାପରେ ପୋଲିସ କର୍ମୀ ଜଣକ ତୁରନ୍ତ ବୃଦ୍ଧ ବ୍ୟକ୍ତି ଜଣକୁ ସେଠାରୁ ଟାଣି ଆଣୁଛନ୍ତି ଏବଂ ତାଙ୍କର ଜୀବନ ବଞ୍ଚି ଯାଉଛି। ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ପୋଲିସ କର୍ମୀଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ପୁରସ୍କୃତ କରିବା ପାଇଁ ଦାବି କରିଛନ୍ତି।