ଦେଖନ୍ତୁ ଭିଡ଼ିଓ: ରାସ୍ତା ଉପରେ କିଙ୍ଗ କୋବ୍ରାକୁ ଧରି ତା ଉପରେ ଠିଆ ହେଲେ ଏହି ବ୍ୟକ୍ତି, ଭିଡ଼ିଓ ଦେଖିଲେ ତାଯୁବ ହେଇଯିବେ ଆପଣ

 

ବିଷଧର ସାପମାନଙ୍କ ମଧ୍ୟରେ କିଙ୍ଗ କୋବ୍ରା ଅନ୍ୟତମ, ଏହି ସାପ କାମୁଡ଼ିଲେ ବଞ୍ଚିବା ଅତ୍ୟନ୍ତ କଷ୍ଟକର ହୋଇଯାଏ। କିନ୍ତୁ ବର୍ତ୍ତମାନ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ କିଛି ଲୋକ ଏକ କିଙ୍ଗ କୋବ୍ରାକୁ ବର୍ବରତାର ସହ ଧରୁଥିବା ଦେଖିବାକୁ ମିଳୁଛି ଯାହାକୁ ନେଇ ପଶୁପ୍ରେମୀମାନେ ପ୍ରଶ୍ନ ଉଠାଇଛନ୍ତି।

ଏହି ଭିଡ଼ିଓରେ ଏକ ସାପ ଆରାମରେ ଜଙ୍ଗଲ ଭିତରକୁ ଯାଉଥିବାର ଦେଖାଯାଉଛି। ଏହି ସମୟରେ କିଛି ଲୋକ ତାକୁ ଧରି ରାସ୍ତା ଉପରେ ଏହାର ଲମ୍ବ ମାପିଥିଲେ। ଜଣେ ବ୍ୟକ୍ତି ଏହି ବିରାଟ ସାପଟିର ମୁହଁକୁ ଧରିଥିବା ବେଳେ ଅନ୍ୟଜଣେ ଏହାର ଲାଞ୍ଜକୁ ଧରିଥିବା ଦେଖିବାକୁ ମିଳୁଛି।

ତେବେ କିଙ୍ଗ କୋବ୍ରା ଜଙ୍ଗଲ ଆଡକୁ ଯାଉଥିବା ବେଳେ ଏହି ଲୋକମାନେ କଣ ପାଇଁ ଏହାକୁ ବାହାରକୁ ବାହାର କରିଲେ ଏବଂ ଯଦିବି ବାହାର କରିଲେ ତା ଉପରେ ପାଦ ଦେଇ ଠିଆ ହେବା କେତେ ଯୁକ୍ତିଯୁକ୍ତ ତାହାକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି। କାରଣ, ଭିଡ଼ିଓରେ ବ୍ୟକ୍ତିଜଣକ ଯେପରି ଭାବରେ ସାପ ଉପରେ ଠିଆ ହୋଇଛନ୍ତି ତାର ମେରୁଦଣ୍ଡ ଭାଙ୍ଗିଯିବାର ସମ୍ଭାବନା ଅଧିକ ଥିଲା।