ଦେଖନ୍ତୁ ଭିଡ଼ିଓ: କାରରେ ଯାଉଥିଲେ ପୁରା ପରିବାର, ହଠାତ ଆକାଶରୁ ଖସିଲା ଅଗ୍ନି ପିଣ୍ଡୁଳା ! ଆଉ ତା ପରେ...

 

ମଣିଷକୁ ନିଜ ଜୀବନ କାଳ ମଧ୍ୟରେ କେଉଁ ମୁହୂର୍ତ୍ତରେ ମୃତ୍ୟୁକୁ ସାମ୍ନା କରିବାକୁ ପଡିଥାଏ ତାହା କେହି କହି ପାରିବେ ନାହିଁ। କିନ୍ତୁ, ଏଭଳି ମଧ୍ୟ କିଛି ଭାଗ୍ୟଶାଳୀ ଲୋକ ଅଛନ୍ତି ଯେଉଁମାନେ ମୃତ୍ୟର ଅତି ନିକଟତର ହୋଇଥିଲେ ମଧ୍ୟ ସେଥିରୁ ବର୍ତ୍ତିଯାଇଥାନ୍ତି। ବର୍ତ୍ତମାନ ଏହିପରି ଏକ ଭିଡିଓ ଭାଇରଲ ହେଉଛି ଯେଉଁଥିରେ ଏକ ପରିବାର ଉପରେ ବଜ୍ରପାତ ହେବା ସତ୍ୱେ ସେମାନେ ବର୍ତ୍ତି ଯାଇଥିବା ଦେଖିବାକୁ ମିଳିଛି।

ଏହି ଘଟଣାଟି ଆମେରିକାର କନସାସ୍ ସହର ଓ୍ଵେଭରଲି ନିକଟରେ ଘଟିଥିଲା। ଭିଡ଼ିଓରେ ପ୍ରବଳ ବର୍ଷା ପବନ ହେଉଥିବା ଦେଖିବାକୁ ମିଳୁଥିବା ବେଳେ ରାସ୍ତାରେ କେତେକ କାର ଅଟକି ଯାଇଥିଲେ। ଏତିକିବେଳେ ସେଠାରେ ଠିଆ ହୋଇଥିବା ଏକ କାର ଉପରେ ବଜ୍ରପାତ ପଡିଥିଲା। କ୍ଷଣିକ ମଧ୍ୟରେ ଏହା ଉପରେ ଅଗ୍ନି ପିଣ୍ଡୁଳା ପଡିଥିବା ଦେଖିବାକୁ ମିଳିଥିଲା। ଦୁର୍ଘଟଣାଗ୍ରସ୍ତ ଗାଡି ପଛରେ ଥିବା କାର୍ଲ ହୋବି ନାମକ ଜଣେ ବ୍ୟକ୍ତି ଏହି ପୁରା ଘଟଣାର ଭିଡ଼ିଓକୁ କ୍ୟାମେରାରେ କଏଦ କରିଥିଲେ। ଦେଖନ୍ତୁ ଭିଡ଼ିଓ:-

ଉକ୍ତ କାରଟିରେ ଜଣେ ଆଠ ମାସର ଶିଶୁ, ତିନି ବର୍ଷର ଏବଂ ଦେଢ ବର୍ଷର ଶିଶୁ ସମେତ ୫ ଜଣ ସବାର ଥିଲେ। ତେବେ, ଏହି ଦୁର୍ଘଟଣାରେ କାହାରି କୌଣସି କ୍ଷତି ହୋଇନଥିଲା। କିନ୍ତୁ, ଘଟଣାସ୍ଥଳରେ ହିଁ କାରଟି ଅଚଳ ହୋଇ ଯାଇଥିଲା। ପରେ, ସେଥିମଧ୍ୟରୁ ପୁରା ପରିବାରକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା। କାର୍ଲ ଏହି ଘଟଣାର ଭିଡିଓକୁ ଇଣ୍ଟରନେଟରେ ଅପଲୋଡ଼ କରିବା ପରେ ଏହା ଖୁବ ଭାଇରାଲ ହୋଇଥିଲା।