ଦେଖନ୍ତୁ ଭିଡ଼ିଓ: ସାଙ୍ଗ ହୋଇ ଖାଇ ବସିଥିଲା ପୁରା ପରିବାର। ହଠାତ୍, ମୁଣ୍ଡ ଉପରୁ ଖସିପଡ଼ିଲା ଚଳନ୍ତା ଫ୍ୟାନ୍, ଆଉ ତା ପରେ….

 

ମଣିଷ ଜୀବନରେ ଯେ କୌଣସି ସମୟରେ ଏବଂ ଯେ କୌଣସି ସ୍ଥାନରେ ମୃତ୍ୟୁ ଆସିପାରେ। କ୍ଷଣକ ମଧ୍ୟରେ ମଣିଷ ଚଳଚଞ୍ଚଳ ଥିବାବେଳେ କେଉଁ ସମୟରେ ମୃତ୍ୟୁ ଏହାର ନିକଟତର ହୋଇଯାଏ ତାହା ପୂର୍ବରୁ ଆକଳନ କରିବା ଅସମ୍ଭବ। ଏହିପରି ଏକ ଭିଡ଼ିଓ ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ପରିବାର ଏକାଠି ଖାଉଥିବା ସମୟରେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା ଦେଖିବାକୁ ମିଳୁଛି।

ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ଗୋଟିଏ ପରିବାରର ୨ ଶିଶୁଙ୍କୁ ମିଶାଇ ୬ ଜଣ ସଦସ୍ୟ ଖାଇ ବସିଥିବା ଦେଖିବାକୁ ମିଳୁଛି। ପୁରା ପରିବାର ଶାନ୍ତିରେ ଖାଉଥିବା ସମୟରେ ଉପରେ ବୁଲୁଥିବା ସିଲିଂ ଫ୍ୟାନଟି ହଠାତ ତଳକୁ ଖସି ପଡୁଛି। ଫ୍ୟାନଟି କାହାରି ମୁଣ୍ଡ ଉପରେ ବି ପଡ଼ିଥିଲେ ସମ୍ଭବତଃ ମୃତ୍ୟୁ ନିଶ୍ଚିତ ହୋଇଥାନ୍ତା କିନ୍ତୁ ଭାଗ୍ୟବଶତଃ ପରିବାରର ସମସ୍ତ ସଦସ୍ୟ ଏଥିରୁ ବର୍ତ୍ତି ଯାଇଥିଲେ।

ଦେଖନ୍ତୁ ଭିଡ଼ିଓ:-

ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଏବଂ ଏକ ଶିଶୁକୁ ସାମାନ୍ୟ ଆଘାତ ଲାଗିଥିଲେ ହେଁ ସେମାନେ ବର୍ତ୍ତି ଯାଇଥିଲେ। "Viral Hog" ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଦ୍ୱାରା ଏହି ଭିଡ଼ିଓଟିକୁ ସେୟାର କରାଯାଇଥିଲା। ଭିଏତନାମର ବେକ୍ ନିନ୍ହ ସହରରେ ଘଟଣାଟି ଘଟିଥିବା ଜାଣିବାକୁ ମିଳିଥିବା ବେଳେ ଏହି ଭିଡ଼ିଓରେ ହଜ଼ାର ହଜ଼ାର ଲୋକେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି।