ଦେଖନ୍ତୁ ଭିଡ଼ିଓ: ଓଟ କୁ ଦେଖି କୁକୁର ଛୁଆ ଖୁବ ଜୋର ରେ ଭୁକୁଥିଲା, ଓଟ ହଠାତ ଛୁଆ କୁକୁର ପାଖକୁ ଯାଇ କଲା ଏମିତି ଯେ..

 

କୁକରକୁ ମଣିଷର ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ବୋଲି ବିଶ୍ୱାସ କରାଯାଇଥାଏ। ପୋଷା କୁକୁରଟିଏ ମଣିଷର ଭାବଭଙ୍ଗୀ ଏବଂ କଥା ବାର୍ତ୍ତାକୁ ଠିକ ଭାବରେ ବୁଝିପାରେ। କିନ୍ତୁ, ଘରକୁ କୌଣସି ଅପରିଚିତ ଲୋକ ଆସିଲେ ସେ ତୁରନ୍ତ ଏହାକୁ ଘଉଡାଇବା ପାଇଁ ଭୋକିଥାଏ। ସୋସିଆଲ ମିଡିଆରେ ଏହିପରି ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ କୁକୁର ଛୁଆଟିଏ ଏକ ବିଶାଳ ଓଟକୁ ଭୋକିଥିବାର ଦେଖିବାକୁ ମିଳୁଛି।

ସୋସିଆଲ ମିଡିଆ ସାଇଟ୍ ରେଡିଟ୍ ରେ ଏହି ଭିଡ଼ିଓକୁ ସେୟାର କରାଯାଇଥିଲା। ଭିଡ଼ିଓଟିରେ ଏକ ବିଶାଳ ଓଟଟିଏ ଦେଖିବାକୁ ମିଳୁଛି। ଯାହାକୁ ଏକ କୁନି କୁକୁର ଛୁଆ ଭୋକୁଛି। ଏପରି ସମୟରେ ଓଟଟି ଧୀରେ କରି କୁକୁରଟିକୁ କିସ୍ କରି ଦେଉଛି। ଓଟଟିର ଏଭଳି ବ୍ୟବହାରକୁ ଲୋକେ ଖୁବ ପସନ୍ଦ କରିଛନ୍ତି। ଭିଡ଼ିଓଟି ଇଣ୍ଟରନେଟରେ ଅପଲୋଡ଼ ହେବାପରେ ଲୋକେ ଏଥିରେ ଭିନ୍ନ ଭିନ୍ନ ରିଆକ୍ସନ ଦେଇଛନ୍ତି।

ଦେଖନ୍ତୁ ଭିଡ଼ିଓ:-