ଦେଖନ୍ତୁ ଭିଡ଼ିଓ: ବାଘ ସହ ସମ୍ନା ସାମ୍ନି ହୋଇଗଲା, ତେବେ ମଲା ଭଳି ଅଭିନୟ କଲେ ଏହି ବ୍ୟକ୍ତି, ଆଉ ତାପରେ...

 

ଜଙ୍ଗଲୀ ଏବଂ ହିଂସ୍ର ବାଘ ସହ ଯଦି କାହାର ସାମ୍ନା ସାମ୍ନି ହୁଏ ତେବେ ଅଧିକାଂଶ କ୍ଷେତ୍ରରେ ମଣିଷର ଜୀବନ ଯିବା ନିଶ୍ଚିତ ଅଟେ। କିନ୍ତୁ, ମହାରାଷ୍ଟ୍ରରୁ ଏପରି ଏକ ଭିଡିଓ ଭାଇରଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ବାଘ ସହ ସାମ୍ନା ସାମ୍ନି ହୋଇଥିଲେ ମଧ୍ୟ ନିଜ ବୁଦ୍ଧି ବଳରେ ବର୍ତ୍ତି ଯାଇଥିବା ଦେଖିବାକୁ ମିଳୁଛି।

ଏହି ଭିଡିଓରେ ଏକ କ୍ଷେତରେ ଜଣେ ବ୍ୟକ୍ତିଙ୍କର ବାଘ ସହିତ ସାମ୍ନା ସାମ୍ନି ହୋଇଥିଲା। କିନ୍ତୁ ବ୍ୟକ୍ତି ଜଣକ ସେଠାରୁ ଦୌଡ଼ିବା ପରିବର୍ତ୍ତେ ମରିବାର ଅଭିନୟ କରିଥିଲେ। ଏପରିକି ବାଘଟି ପାଖକୁ ଆସି ତାଙ୍କ ଉପରେ ନିଜ ପଞ୍ଝା ରଖିଥିଲେ ମଧ୍ୟ ବ୍ୟକ୍ତି ଜଣକ କିଛି ବି ରିଆକ୍ସନ୍ ଦେଇନଥିଲେ। ଫଳରେ କିଛି ସମୟ ଅପେକ୍ଷା କରିବା ପରେ ବାଘଟି ସେଠାରୁ ପଳାଇ ଯାଇଥିଲା। ଦେଖନ୍ତୁ ଭିଡ଼ିଓ:-