ୟୁନିଅନ୍ ବ୍ୟାଙ୍କ୍‌ରେ ଚାକିରୀ ସୁଯୋଗ, ୫୦୦ ପଦବୀ ପୂରଣ ହେବ, କରନ୍ତୁ ଆବେଦନ

 

ଭାରତରେ ବ୍ୟାଙ୍କ୍ ଚାକିରୀକୁ ଏକ ସମ୍ମାନଜନକ ପଦବୀ ଭାବରେ ଗ୍ରହଣ କରାଯାଇଥାଏ । ସେଥିପାଇଁ ଯୁବପିଢି ବ୍ୟାଙ୍କ୍ ଚାକିରୀ କରିବା ପାଇଁ ଚାହିଁ ଥାଆନ୍ତି । ଏନେଇ ମଧ୍ୟ ଯୁବପିଢି ଅଧିକ ସ୍ବପ୍ନ ଦେଖିଥାନ୍ତି । ଯଦି ଆପଣମାନେ ବ୍ୟାଙ୍କରେ ଚାକିରୀ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ତାହେଲେ ଆପଣଙ୍କ ପାଇ ଆସିଛି ଏହି ଖବର । ଆପଣଙ୍କ ପାଇଁ ସୁଯୋଗ ନେଇଆସିଛି ୟୁନିଅନ ବ୍ୟାଙ୍କ୍ ଅଫ ଇଣ୍ଡିଆ । 

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Channel (Join Now) Join Now

ଏନେଇ ଏବେ ବିଜ୍ଞପ୍ତି ପ୍ରକାଶ କରିଛି UBI । ଏହି ନିଯୁକ୍ତି ମାଧ୍ୟମରେ UBI ରେ ଆପ୍ରେଣ୍ଟିସ୍‌ଶିପ୍ ପଦବୀ ପୂରଣ ହେବ । ୨୫ଟି ରାଜ୍ୟରେ ଏହି ପଦବୀ ପୂରଣ ହେବ । ଏନେଇ ଆପଣଙ୍କୁ ଅନଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ । ଏହି ପଦବୀରେ ଉଭୟ ପୁରୁଷ ଆଉ ମହିଳାମାନେ ଆବେଦନ କରିପାରିବେ । ଗ୍ରାଜୁଏସନ୍ କରିଥିବା ପିଲାମାନେ ଏହାର ଲାଭ ଉଠାଇପାରିବେ । ଏହି ନିଯୁକ୍ତି ମାଧ୍ୟମରେ ୫୦୦ ପଦବୀ ପୂରଣ ହେବ । 

ଓଡ଼ିଶାରେ ୧୨ଟି ପଦବୀ ପୂରଣ ହେବ । ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UBI ର ଅଫିସିଆଲ୍ ୱେବ୍‌ସାଇଟ୍‌ https://www.unionbankofindia.co.in/ କୁ ଯାଇ ଆବେଦନ କରିପାରିବେ । ଆବେଦନ ତାରିଖ ଅଗଷ୍ଟ ମାସ ୨୮ ତାରିଖ ୨୦୨୪ ମସିହା ଆଉ ଆବେଦନ କରିବାର ଶେଷ ତାରିଖ ସେପ୍ଟେମ୍ବର ମାସ ୧୭ ତାରିଖ ୨୦୨୪ ମସିହା । ସାଧାରଣ ବର୍ଗଙ୍କ ପାଇଁ ୨୪୮ଟି ପୋଷ୍ଟ ଖାଲି ରହିଛି, SC – ୬୪ଟି ପୋଷ୍ଟ୍, ST – ୩୨ଟି ପୋଷ୍ଟ୍, OBC – ୧୧୫ଟି ପୋଷ୍ଟ୍, EWS – ୪୧ଟି ପୋଷ୍ଟ୍ ଖାଲି ରହିଛି । 

ଯୋଗ୍ୟତା - ଯେ କୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ଵ ବିଦ୍ୟାଳୟ ବା ଅନୁଷ୍ଠାନରୁ ଯେ କୌଣସି ବିଷୟରେ ସ୍ନାତକ କରିଥିବା ଦରକାର ।

ବୟସ - ସର୍ବନିମ୍ନ ବୟସ – ୨୦ ବର୍ଷ ଏବଂ ସର୍ବାଧିକ ବୟସ – ୨୮ ବର୍ଷ । ବୟସ ଗଣନା ୦୧/ଅଗଷ୍ଟ/୨୦୨୪ ଅନୁସାରେ ହେବ । 

ମାସିକ ଦରମା - ଆପ୍ରେଣ୍ଟିସିପ୍ ସମୟରେ ଏକ ବର୍ଷ ପାଇଁ ପ୍ରତି ମାସରେ ୧୫,୦୦୦ ଟଙ୍କା ଭତ୍ତା ମିଳିବ । 

ଆବେଦନ ଶୁଳ୍କ - ସାଧାରଣ ବର୍ଗ/OBC – ୮୦୦ ଟଙ୍କା, SC/ST/ମହିଳା – ୬୦୦ ଟଙ୍କା, ଦିବ୍ୟାଙ୍ଗ – ୪୦୦ ଟଙ୍କା । 

କିପରି ଆବେଦନ କରିବେ ?

ସର୍ବପ୍ରଥମେ, ନ୍ୟାସନାଲ୍ ଆପ୍ରେଣ୍ଟିସିପ୍ ପୋର୍ଟାଲ୍ https://www.apprenticeshipindia.gov.in ଏବଂ NATS ପୋର୍ଟାଲ୍ https://nats.education.gov.in କୁ ଯାଇ ନାମ ପଞ୍ଜିକରଣ କରନ୍ତୁ । ଏହା ପରେ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ୱେବସାଇଟ୍ https://www.unionbankofindia.co.in/ କୁ ଯାଆନ୍ତୁ । ବ୍ୟାଙ୍କର ୱେବସାଇଟରେ Recruitment ବିଭାଗକୁ ଯାଆନ୍ତୁ । 

ଏଠାରେ ଆପ୍ରେଣ୍ଟିସିପ୍ ନିଯୁକ୍ତି ବିଜ୍ଞପ୍ତି ପାଇବେ । ଏହାପରେ ଆବେଦନ ଲିଙ୍କ୍ ଉପରେ କ୍ଲିକ୍ କରି ଆବେଦନ ଫର୍ମରେ ଦିଆଯାଇଥିବା ସମସ୍ତ ବିବରଣୀକୁ ଯତ୍ନର ସହିତ ପୂରଣ କରନ୍ତୁ । ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରିବେ । ଆବେଦନ ଶୁଳ୍କ ପୈଠ କରନ୍ତୁ, ଫର୍ମ Submit କରନ୍ତୁ, ଆଉ ଆପଣଙ୍କ ଭବିଷ୍ୟତ ପ୍ରମାଣ ପାଇଁ ଆବେଦନ ଫର୍ମର ଏକ ପ୍ରିଣ୍ଟ ବାହାର କରି ନିଜ ପାଖରେ ରଖନ୍ତୁ ।