ଓଡ଼ିଶା ଯୁବକ ଯୁବତୀଙ୍କୁ ଲକ୍ଷେ ଟଙ୍କା ଦେଉଛନ୍ତି ରାଜ୍ୟ ସରକାର, ବାସ୍ ଦରକାର ଏହି ଯୋଗ୍ୟତା
ରାଜ୍ୟ ସରକାରଙ୍କ ଠାରୁ ପାଆନ୍ତୁ ବିନା ସୁଧରେ ପଇସା। ତେବେ ଆପଣ ବି ଯଦି ଯୋଗ୍ୟ ହିତାଧିକାରୀ ହୋଇଥିବେ , ଡେରି ନ କରି ଏବେ ହିଁ ଏହି ସୁଯୋଗର ଫାଇଦା ଉଠାନ୍ତୁ । ୨୦୨୪ ମସିହାରେ ସରକାରଙ୍କ ଦ୍ଵାରା ଲାଗୁ କରା ଯାଇଛି ସ୍ଵୟଂ ଯୋଜନା ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ତେବେ ଜାଣନ୍ତୁ କିପରି କରିବେ ଆବେଦନ ଓ ଏହି ଯୋଜନା ବିଷୟ ସମ୍ପୂର୍ଣ୍ଣ ବିବରଣୀ.......
କେନ୍ଦ୍ର ସରକାରଙ୍କ ବିଶ୍ଵକର୍ମା ଯୋଜନା ଭଳି ରାଜ୍ୟ ସରକାରଙ୍କ ସ୍ଵୟଂ ଯୋଜନା ରହିଛି । ଯାହା ୨୦୨୪ ଆର୍ଥିକ ବର୍ଷରେ ଲାଗୁ କରା ଯାଇଛି । ଏଥିରେ ଆବେଦନ କରିବା ସମ୍ପୂର୍ଣ୍ଣ ସହଜ ଅଟେ । ଯେଉଁଥିରେ ଆପଣ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇ ପାରିବେ ।
ଆପଣ ଯଦି କିଛି ଛୋଟ ବଡ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ଅଟେ । ରାଜ୍ୟ ସରକାର ୧୮ ବର୍ଷ ରୁ ଉର୍ଦ୍ଧ ଓ ୪୨ ବର୍ଷରୁ କମ ବର୍ଷର ବ୍ୟକ୍ତି ମାନଙ୍କୁ ଏଥିରେ ଯୋଗ୍ୟ ବିବେଚିତ କରିଛନ୍ତି ।
ଆପଣ ନିକଟସ୍ଥ ଜନ ସେବା କେନ୍ଦ୍ରକୁ ଯାଇ ଏହାର ଆବେଦନ କରି ପାରିବେ । ଏଥି ପାଇଁ ଆପଣଙ୍କୁ ଆଧାର କାର୍ଡ , ଫଟୋ , ବ୍ୟାଙ୍କ ପାସବୁକ୍ ଭଳି ଦରକାରୀ କାଗଜ ପତ୍ରର ଆବଶ୍ୟକତା ରହିଛି । ଆପଣଙ୍କ ଫର୍ମ ଯୋଗ୍ୟ ବିବେଚିତ ହେଲେ ଆପଣ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇ ପାରିବେ । ଯାହା ଆପଣ ବିନା ସୁଧରେ ସୁଝି ପାରିବେ ।