UCIL ରେ ନିଯୁକ୍ତି ସୁଯୋଗ, 10ମ ପାଶ୍ କରି ITI କରିଥିଲେ, ପାଇପାରିବେ ସରକାରୀ ଚାକିରି, ଏମିତି କରନ୍ତୁ ଆବେଦନ
ୟୁରାନିୟମ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (UCIL) ଆପ୍ରେଣ୍ଟିସ୍ ପୋଷ୍ଟ ପାଇଁ ବିଜ୍ଞପ୍ତି ବାହାର କରିଛି । UCIL ଟ୍ରେନିଂ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ଠାରୁ ଆବେଦନ ଗ୍ରହଣ କରୁଛି । ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି, ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ସରକାରୀ ପୋର୍ଟାଲରେ https://apprenticeshipindia.gov.in ରେ ଆବେଦନ କରିବା ଉଚିତ୍ ।
ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:
For Latest Job news, Join our WhatsApp & Telegram Channel below:
ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏଠାରେ କ୍ଲିକ୍ କରି ଦେଖିପାରିବେ ।
ଗୁରୁତ୍ୱପୂର୍ଣ୍ଣ ତାରିଖ :-
ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ - 13 ଅକ୍ଟୋବର 2023
ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ - 12 ନଭେମ୍ବର 2023
ମୋଟ୍ ପଦବୀ :-
ଫିଟର୍ - 82 ଟି ପୋଷ୍ଟ
ଇଲେକ୍ଟ୍ରୀସିଆନ୍ - 82 ଟି ପୋଷ୍ଟ
ୱେଲ୍ଡର୍ - 40 ଟି ପୋଷ୍ଟ
ଟର୍ନର / ମେସିନିଷ୍ଟ୍ - 12 ଟି ପୋଷ୍ଟ
ମେକାନିକ୍ - 05 ଟି ପୋଷ୍ଟ
ମେକାନିକାଲ୍ ଡିଜେଲ / ମେକାନିକ୍ MV - 05 ଟି ପୋଷ୍ଟ
କାର୍ପେଣ୍ଟର୍ - 05 ଟି ପୋଷ୍ଟ
ପ୍ଲମ୍ବର - 05 ଟି ପୋଷ୍ଟ
ମୋଟ୍ - 243 ଟି ପୋଷ୍ଟ୍
ଶିକ୍ଷାଗତ ଯୋଗ୍ୟତା :-
ପ୍ରାର୍ଥୀ ନିଶ୍ଚିତ ଭାବରେ ଏକ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟ ଶିକ୍ଷା ବୋର୍ଡରୁ ମାଟ୍ରିକ୍ କିମ୍ବା ଦଶମ ବୋର୍ଡ ପରୀକ୍ଷା ଦେଇଥିବେ । ଏହା ସହିତ, ନ୍ୟାସନାଲ କାଉନସିଲ୍ ଫର ଭୋକେସନ୍ ଟ୍ରେନିଂରୁ ITI ସାର୍ଟିଫିକେଟ୍ ପାଇବା ଉଚିତ୍ ।
ବୟସ ସୀମା :-
ସର୍ବନିମ୍ନ ବୟସ - 18 ବର୍ଷ
ସର୍ବାଧିକ ବୟସ - 25 ବର୍ଷ
ବୟସ ଗଣନା 13 ଅକ୍ଟୋବର 2023 କୁ ଲକ୍ଷ ରଖି କରାଯିବ ।
ଓବିସି ବର୍ଗର ପ୍ରାର୍ଥୀଙ୍କୁ 3 ବର୍ଷ, ଏସ୍ସି, ଏସ୍ଟି ବର୍ଗ ପ୍ରାର୍ଥୀଙ୍କୁ 5 ବର୍ଷ ଓ PWD ବର୍ଗ ପ୍ରାର୍ଥୀଙ୍କୁ 10 ବର୍ଷ ବୟସ କୋହଳ କରାଯିବ ।
ଚୟନ ପ୍ରକ୍ରିୟା :-
ପ୍ରାର୍ଥୀମାନେ ମେରିଟ୍ ଅର୍ଥାତ୍ ITI ରେ ପ୍ରାପ୍ତ ମାର୍କ ଆଧାରରେ ଚୟନ କରାଯିବ ।
କିପରି ଆବେଦନ କରିବେ :-
UCILର ଅଫିସିଆଲ୍ ପୋର୍ଟାଲ୍ apprenticeshipindia.gov.in କୁ ଯାଇ ନିର୍ଦ୍ଦେଶନାମା ଅନୁଯାୟୀ ଆବେଦନ ଫର୍ମ ପୂରଣ କରିବାକୁ ପଡିବ ।