ଧନତେରସ ଦିନ ସୁନା କିଣି ନ ପାରିଲେ, କିଣି ଆଣନ୍ତୁ ଘରକୁ ଏହି ୫ଟି ଜିନିଷ, ହେବ ଧନ ବୃଦ୍ଧି

 

ଧନର ଦେବୀ ମହାଲକ୍ଷ୍ମୀଙ୍କ ଆରାଧନା ନିମନ୍ତେ ପବିତ୍ର ଧନତେରସ ଉତ୍ସବ ପାଳନ କରା ଯାଏ। ଏହି ଦିନରୁ ଦିପୋତ୍ସବର ମଧ୍ୟ ଶୁଭାରମ୍ଭ ହେଉଛି। ଏଣୁ ଏହି ଦିନ ଘରକୁ ବିଭିନ୍ନ ପ୍ରକାର ସାମଗ୍ରୀ କିଣି ଆଣିବାର ପରମ୍ପରା ରହିଛି। ଯେଉଁଥିରେ ଲୋକେ ସୁନା,ରୂପା, ଗୋଟା ଧନିଆ, ଝାଡୁ ଓ କଉଡି ଆଦି ସାମଗ୍ରୀ କିଣନ୍ତି। ହିନ୍ଦୁ ପରମ୍ପରା ଅନୁଯାୟୀ ଏହି ଦିନଟି ବେଶ୍ ପବିତ୍ର ହୋଇଥାଏ । ଏହି ଦିନ ଧନର ଦେବୀ ମା ଲକ୍ଷ୍ମୀ ଓ କୁବେରଙ୍କର ପୂଜା କରାଯାଇଥାଏ ।

ଏହି ଦିନକୁ ନେଇ ବିଭିନ୍ନ ଲୋକଙ୍କର ଭିନ୍ନ ବିଶ୍ୱାସ ରହିଥାଏ । ବିଶ୍ୱାସ ରହିଛି ଯେ ଏହି ଦିନ ସୁନା , ଚାନ୍ଦି କିମ୍ବା ରୂପା କିିଣିବା ଶୁଭଙ୍କର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଦିନ କେଉଁ ଭଳି ଜିନିଷ ସବୁ ଘରକୁ ଆଣିଲେ ମାଆ ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

କେବଳ ସୁନା , ଚାନ୍ଦୀ କି ରୂପା ନୁହେଁ ଏପରି ଅନେକ କିଛି ଜିନିଷ ରହିଛି ଯାହା ଦ୍ଵାରା ସେ ଦିନ ଟି ସୁଭମୟ ହୋଇଥାଏ କୁହାଯାଏ। ତେବେ ଆସନ୍ତୁ ଜାଣିବା ସେହିସବୁ ଜିନିଷ ବିଷୟରେ-

୧- ମାନ୍ୟତା ଅଛି ଭଗବାନ ଧନତାରି ଯେବେ ପ୍ରକଟ ହୋଇଥିଲେ ସେତେବେଳେ ଏକ ପାତ୍ରରେ ଅମୃତ ନେଇ ଆସିଥିଲେ । ଧନତେରସ ଦିନ ପିତଳ ପାତ୍ର ବହୁତ ଶୁଭ ହୋଇଥାଏ ।

୨- ଧନତେରସ ଦିନ ରୂପାର କିଛି ଜିନିଷ ଘରକୁ ଆଣିବା ଶୁଭ ହୋଇଥାଏ । ଏହି ଦିନ ରୂପା ଜିନିଷ କିଣିଲେ ଯଶ, କୀର୍ତ୍ତି ଓ ସମ୍ମାନ ବୃଦ୍ଧି ହୋଇଥାଏ ।

୩- ସମୁଦ୍ର ମନ୍ଥନ ସମୟରେ ମା ଲକ୍ଷ୍ମଙ୍କ ସହ କଉଡି ପ୍ରକଟ ହୋଇଥିଲେ । ଧନତେରସ ଦିନ କଉଡି ଘରକୁ ଆଣିଲେ ଶୁଭ ହେବା ସହ ଧନରେ ବୃଦ୍ଧି ହୋଇଥାଏ ।

୪- ଧନତେରସ ଦିନ ମାତା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ମୂର୍ତ୍ତି ଘରକୁ ଆଣି ସ୍ଥାପନ କରିଲେ ବର୍ଷ ସାରା ଧନର ଅଭାବ ରୁହେ ନାହି ।

୫- ଧନତେରସ ଦିନ ଗୋଟା ଧନିଆ ଘରକୁ ଆଣିଲେ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଦୀପାବଳି ଦିନ ଧନିଆ ପୂଜା କରି ଘରର ଚାରିଦିଗରେ ସିଂଚନ କରନ୍ତୁ ।

୬- ଧନତେରସ ଦିନ ଘରକୁ ଶଙ୍ଖ ଆଣି ଦୀପାବଳି ଦିନ ପୂଜା କରି ବଜାଇଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

୭- ଧନତେରସ ଦିନ ଝାଡୁ ଘରକୁ ଆଣି ଦୀପାବଳିରେ ଏହାର ବ୍ୟବହାର କରନ୍ତୁ । ଏହା ଦ୍ଵାରା ଘରୁ ନେଗେଟିଭ ଊର୍ଜା ବାହାରିଯାଏ। ଝାଡୁ କିଣିବା ଦ୍ୱାରା ଅନେକ ଭଲ ଫଳ ମିଳିଥାଏ ଏହି ଦିନ ଘରକୁ ଝାଡୁ କିଣି ଆଣିବା ଦ୍ୱାରା ମାଆ ଲକ୍ଷ୍ମୀ ଙ୍କର ବିଶେଷ କୃପା ରହିଥାଏ । ଦାରିଦ୍ର୍ୟ ଦୂର ହୋଇଥାଏ ।

୮- ଧନତେରସ ଦିନ ଲୁଣ ଘରକୁ ଆଣି ପାଣିରେ ପକାଇ ସିଂଚନ କରିଲେ ପୁରୁଣା ରୁଣରୁ ମୁକ୍ତି ମିଳିଥାଏ ।

୯- ଧନତେରସ ଦିନ ମାଟିରେ ତିଆରି ହୋଇଥିବା କଳସ ବା ମାଠିଆ ଘରକୁ ଆଣି ଉତ୍ତର ଦିଗରେ ଜଳ ଭରି ରଖନ୍ତୁ । ଏପରି କରିଲେ ଧନର ଅଭାବ ହୁଏ ନାହି ।

୧୦- ଧନତେରସ ଦିନ ଦକ୍ଷିଣାବର୍ତ୍ତୀ ଶଙ୍ଖ ଘରକୁ ଆଣିଲେ ଶୁଭ ହୋଇଥାଏ । ମା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ମୂର୍ତ୍ତିକି ଏହି ଶଙ୍ଖରେ ପାଣି ଭାରି ସ୍ନାନ କରନ୍ତୁ ।