କେମିତି ଜନ୍ମ ହେଲେ କୌରବ? ମହାଭାରତର ୧୦୦ କୌରବ ଜନ୍ମ ହେବା ପଛର ପ୍ରକୃତ କାହାଣୀ ଆପଣ ଜାଣିନଥିବେ
ହେଲେ ଗାନ୍ଧାରୀ ସର୍ବଦା ନିଜ ଭାଇ , ସ୍ଵାମୀ ଓ ପୁତ୍ରଙ୍କ ଅଧର୍ମ କାର୍ଯ୍ୟକୁ ବିରୋଧ କରି ଆସୁଥିଲେ । ହେଲେ ଏହା କରିବାରେ ବିଫଳ ହୋଇଥିଲେ ସେ । ସେ ଏକା ସାଙ୍ଗରେ ୧୦୦ ପୁତ୍ର ଓ ଗୋଟିଏ କନ୍ୟାକୁ ଜନ୍ମ ଦେଇଥିଲେ । କନ୍ୟାର ନାମ ଥିଲା ଦୁଶଳା । ଧୃତରାଷ୍ଟ୍ର ଙ୍କର ଇଛା ଥିଲା ଯେ ତାଙ୍କ ପୁତ୍ର ହିଁ ଆଗାମୀ ରାଜା ହେଉ ବୋଲି । ଯେଉଁଥି ପାଇଁ ସେ ପଣ୍ଡୁଙ୍କ ଆଗରୁ ପିଲା ଜନ୍ମ କରିବାକୁ ଚାହୁଁଥିଲେ ।
ସେହିଭଳି ମଧ୍ୟ ହୋଇଥିଲା । ପ୍ରଥମେ ଗର୍ଭବତୀ ହୋଇଥିଲେ ଗାନ୍ଧାରୀ । ହେଲେ ଗାନ୍ଧାରୀଙ୍କ ଗର୍ଭାବସ୍ଥା କୁ ୧୧ ମାସ ପୁରୀ ଯାଇଥିଲେ ମଧ୍ୟ କୌଣସି ପିଲା ଜନ୍ମ ହୋଇ ନ ଥିଲା । ସେପଟେ ପଣ୍ଡୁ ଓ କୁନ୍ତିଙ୍କ ଔରସରୁ ଯୁଧିଷ୍ଠିର ପ୍ରଥମେ ଜନ୍ମ ହୋଇଥିଲେ । ଯାହା ପରେ ନିରାଶ ହୋଇ ଯାଇଥିଲେ ଧୃତରାଷ୍ଟ୍ର ।
ହେଲେ ହଠାତ୍ ଦିନ ଗାନ୍ଧାରୀଙ୍କ ଗର୍ଭରୁ ଏକ ମାଂସ ପିଣ୍ଡୁଳା ବାହାରି ଥିଲା । ଯାହା ଦେଖି ଭୟଭୀତ ହୋଇ ଯାଇଥିଲେ ରାଜ୍ୟବାସୀ । ମହର୍ଷି ବ୍ୟାସଙ୍କ ଆଶୀର୍ବାଦ ଅନୁସାରେ ୧୦୦ ପୁତ୍ରର ମାଆ ହେବା କଥା ଗାନ୍ଧାରୀ । ହେଲେ ଏହି ମାଂସ ପିଣ୍ଡୁଳା ଦେଖି ସେ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ । ଯାହା ପରେ ସେ ବ୍ୟାଶଙ୍କୁ ଡାକି ମାଂସ ପିଣ୍ଡୁଳା କୁ ଦେଖାଇଥିଲେ । ବ୍ୟାସ ସେହି ମାଂସ କୁ ଜୀବନ ଦାନ ଦେଇ ସେଥିରୁ ୧୦୦ ପୁତ୍ର ଓ ୧ ଝିଅ ସୃଷ୍ଟି କରିଥିଲେ । ଯେଉଁମାନେ କୌରବ ନାମରେ ପରିଚିତ ।