ରାମ ମନ୍ଦିରକୁ ଦାନ ଦେଇ କଲେ ରେକର୍ଡ ଏହି ୨ଜଣ, ଦେଲେ ସବୁଠାରୁ ଅଧିକ ଦାନ, ଜାଣନ୍ତୁ କେତେ

 
ଜାନୁୟାରୀ ମାସ ୨୨ ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ନେଇ ତତ୍ପରତାର ସହ ଚାଲିଛି ବାକି ରହିଥିବା ନିର୍ମାଣ କାର୍ଯ୍ୟ । ଏହା ସହିତ ଉତ୍ସବ ପାଇଁ ମଧ୍ୟ ଚାଲିଛି ଏକ ବଡ଼ ଧରଣର ପ୍ରସ୍ତୁତି । ତେବେ ରାମ ମନ୍ଦିର ପ୍ରତିଷ୍ଠା ନେଇ କୋଟି କୋଟି ଅର୍ଥ ବ୍ୟୟ ହୋଇଛି । 

ଖାଲି ବ୍ୟୟ ହୋଇଛି ନୁହେଁ ବରମ୍ କୋଟି କୋଟି ଟଙ୍କା ଆୟ ମଧ୍ୟ ହୋଇଛି । ଅର୍ଥାତ୍ ଦାନ ଆକାରରେ ମିଳିଛି । ନିର୍ମାଣ ସମୟରେ ଟ୍ରଷ୍ଟ ତରଫରୁ ଆକଳନ କରା ଯାଇଥିଲା ପ୍ରାୟ ୯୦ କୋଟି ପର୍ଯ୍ୟନ୍ତ ଦାନ ମିଳିବ ବୋଲି । ହେଲେ ଆକଳନ ଠାରୁ ଢେର୍ ଗୁଣ ଅଧିକ ମିଳିଛି ଦାନ ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏଥି ମଧ୍ୟରୁ ଦୁଇ ଜଣ ଭାରତୀୟ ସର୍ବାଧିକ ଦାନ କରି ସୃଷ୍ଟି କରିଛନ୍ତି ରେକର୍ଡ । ସେହି ଦୁଇ ଜଣ ହେଉଛନ୍ତି ଗୁଜୁରାଟ ର ବାସିନ୍ଦା । ମୋରାରି ବାବୁ ୧୧ କୋଟି ୩୦ ଲକ୍ଷ ଟଙ୍କା ଦାନ କରି ପ୍ରଥମ ସ୍ଥାନରେ ରହିଛନ୍ତି । ଏହା ସହିତ ମୋରାରୀ ବାବୁଙ୍କ ବିଦେଶରେ ଥିବା ଅନୁଗାମୀ ମାନେ ମଧ୍ୟ ୮ କୋଟି ରୁ ଅଧିକ ଟଙ୍କା ଦାନ କରିଛନ୍ତି । 

ଏହା ପରେ ଗୁଜୁରାଟର ଜଣେ ହୀରା ବେପାରି ଗୋବିନ୍ଦ ଭାଇ ୧୧ କୋଟି ଟଙ୍କା ଦାନ କରି ଦ୍ଵିତୀୟ ସ୍ଥାନରେ ରହିଛନ୍ତି । ସୂଚନା ଅନୁସାରେ ମୋଟ ପାଞ୍ଚ ହଜାର ପାଞ୍ଚଶହ ପଚାଶ କୋଟି ଅର୍ଥ ଦାନ ଆକାରରେ ମିଳିଛି ।