କେବେ ବି ମହିଳାମାନେ ନିଜର ୫ଟି ଜିନିଷ ଅନ୍ୟକୁ ଦେବା ଉଚିତ ନୁହେଁ, ନଚେତ୍ ସ୍ଵାମୀଙ୍କ ଉପରେ ଆସିପାରେ ବିପଦ
ତେବେ ଆସନ୍ତୁ ଜାଣିବା ଏପରି କେଉଁ ସବୁ ଜିନିଷ ମହିଳା ଦାନ କରିବା ଉଚିତ୍ ନୁହେଁ । ତେବେ ଯଦି ମହିଳା ଏପରି କରୁଛନ୍ତି ଏହା ତାଙ୍କ ସ୍ବାମୀଙ୍କ ପ୍ରତି ଅମଙ୍ଗଳ ସାବ୍ୟସ୍ତ ହୋଇଥାଏ ।
ସିନ୍ଦୂର : ହିନ୍ଦୁ ଧର୍ମର ଏହାକୁ ଅତି ପବିତ୍ର ବୋଲି ମନେ କରା ଯାଇଥାଏ । ଏହାର ବ୍ୟବହାର ସଧବା ନାରୀ ମାନେ କରିଥାନ୍ତି । ଜଣେ ନାରୀ ନିଜେ ବ୍ୟବହାର କରୁଥିବା ସିନ୍ଦୂରକୁ ଅନ୍ୟକୁ ଦେବା ଉଚିତ୍ ନୁହେଁ ।
ମଙ୍ଗଳସୂତ୍ର : ଏହା ବିବାହିତ ନାରୀର ଏକ ପ୍ରତୀକ ଅଟେ । ଏହା କାହାକୁ ଦେବା ଦ୍ୱାରା ସ୍ୱାମୀର କ୍ଷତି ହୁଏ ।
ବିନ୍ଦି: ପ୍ରତ୍ୟେକ ସଧବା ନାରୀ ନିଜ କପାଳ ରେ ବିନ୍ଦି ଲଗାଇ ଥାଆନ୍ତି, କିନ୍ତୁ ଅନ୍ୟର ଲଗାଇଥିବା ବିନ୍ଦି କଦାପି ଲଗାଇବା ଉଚିତ ନୁହେଁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନ ପ୍ରଭାବିତ ହୋଇଥାଏ ଏବଂ ସ୍ୱାମୀଙ୍କ ସଫଳତା ବାଧାପ୍ରାପ୍ତ ହୋଇଥାଏ।
କଙ୍କଣ : ନିଜର କଙ୍କଣ ଅନ୍ୟ ମାନଙ୍କୁ ବ୍ଯବହାର କରିବାକୁ ଦିଅନ୍ତୁ ନାହିଁ । ଏପରି କରିବା ଦ୍ବାରା ସ୍ଵାମୀଙ୍କ ଦେହ ଅସୁସ୍ଥ ହୋଇପାରେ ।
ଝୁଣ୍ଟିଆ : ହିନ୍ଦୁ ଧର୍ମ ଅନୁସାରେ ପାଦ ଝୁଣ୍ଟିଆର ମହତ୍ତ୍ଵ ଅଧିକ । ବିଶ୍ୱାସ କରାଯାଏ ଝୁଣ୍ଟିଆ ପିନ୍ଧିବା ଦ୍ୱାରା ସ୍ୱାମୀର ଆୟୁଷ ବଢ଼ିଥାଏ । ତେଣୁ ଏହା କାହାକୁ ଦାନ କରିବା ଉଚିତ୍ ନୁହେଁ ।